ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର କାମ । ଅସାଧୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମିଶି ନିମ୍ନମାନର କାମ କରୁଥିବା ଅଭିଯୋଗ । ଏପରି ଅଭିଯୋଗ କରିଛନ୍ତି ସ୍ଥନାୟ ଅଂଚଳବାସୀ । ୫୩ନମ୍ବର ଜାତୀୟ ରାଜପଥ କୁସୁନୁପୁର ଭାୟା ବଲାଙ୍ଗିଆକୁ ସଂଯୋଗ କରୁଥିବା ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନର ରହିଥିବା ରାସ୍ତାର କାମ ଚାଲୁଛି । ମାତ୍ର ଏଠାରେ କୋଟିକୋଟି ଟଙ୍କାର କାମ ଚାଲିଥିବା ବେଳେ, କୌଣସି ସୂଚନା ଫଳକ ଲଗାଯାଇ ନାହିଁ । ଖାଲି ସେତିକି ନୁହେଁ ଏଠାରେ ମଧ୍ୟ ନିମ୍ନ ମାନର ସିମେଣ୍ଟ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । ଜଙ୍ଗଲ କିସମ ଜାଗା ମାନକରୁ ମାଟି ଆସି ରାସ୍ତା କାର୍ୟ୍ୟରେ ବ୍ୟବହାର ହେଉଛି.ରାସ୍ତାରେ ଚିପ୍ସି କମ ବ୍ୟବହାର କରି ଡଷ୍ଟ ଅଧିକ ରାସ୍ତାରେ ପକାଯାଉଛି । ରାସ୍ତାରେ ରୋଲିଙ୍ଗି ହେଉନାହିଁ କି ପାଣି ପଡୁନାହିଁ ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଇଛି
ଉକ୍ତ କାମକୁ ତଦାରଖ କରିବାକୁ କୌଣସି ବିଭାଗୀୟ ଅଧିକାରୀ ଆସୁନାହାନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ୟ୍ୟଟିକୁ ସଠିକ ଭାବରେ କରିବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି.
ଯାଜପୁର ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ NNS ଓଡ଼ିଆ