5t ସଚିବଙ୍କ ପାଦତଳେ ପଡିଗଲେ ଦମ୍ପତ୍ତି । ଗତକାଲି ପୁରୀ ଗସ୍ତରେ ଆସିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଏହି ସମୟରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ହଠାତ୍ ଆସି ୫ଟି ସଚିବଙ୍କ ପାଦତଳେ ପଡିଗଲେ । ଏବଂ ଏକ ହାତଲେଖା ଚିଠି ମଧ୍ୟ ଧରାଇଥିଲେ । ତେବେ ଦମ୍ପତ୍ତି ହେଉଛନ୍ତି ପୁରୀ ଜିଲ୍ଳା ବାଟଗାଁ ଅଂଚଳର ବାସିନ୍ଦା । ସେମାନଙ୍କ କହିବା କଥା ୨୦୧୯ ମସିହା ଫନି ମହାବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଯାହାକୁ ଗୁହାରୀ କଲେ ବି ଆବାସଟିଏ ମିଳିଲା ନାହିଁ। କୋଡିଏ ହଜାର ହାତଗୁଞ୍ଜା ଦେଇବି ଫଳ ମିଳିଲା ନାହିଁ।
ଆଂଶିକ କ୍ଷୟକ୍ଷତି ଦର୍ଶାଇ ଅଳ୍ପକିଛି ସହାୟତା ଦେଇଥିଲେ। ହେଲେ ଆଜି ଆବାସ ଗୃହଟିଏ ପାଇଁ ୫ଗ୍ଧ ସଚିବଙ୍କ ପାଖକୁ ଆସିଥିଲୁ। ସେ କେବଳ ଚାହିଁଲେ ନ୍ୟାୟ ଦେବେ ।
ଏହି ଆଶାରେ ଶ୍ରୀମନ୍ଦିର ପାଖରେ ରହିଥିଲୁ। ଆସିବା କ୍ଷଣି ତାଙ୍କୁ ଗୁହାରୀ କଲୁ ବୋଲି କହିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ଅନ୍ୟପଟେ ଦମ୍ପତ୍ତିଙ୍କ ହାତରୁ ଚିଠି ନେଇ ୫ଟି ସଚିବ ଜିଲ୍ଳାପାଳଙ୍କୁ ଦେଇଥିବା ଖୁବ୍ ଶ୍ରୀଘ୍ର ସହାୟତା ମିଳିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ପୁରୀରୁ ସଞ୍ଜୟ ମହାପାତ୍ରଙ୍କ ରିପୋର୍ଟ