ନୂଆଦିଲ୍ଲୀ,୧୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ୱାର୍ଲ୍ଡ କ୍ୟାନ୍ସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସନାଲ ଅନୁସାରେ, ବ୍ଲାଡର କ୍ୟାନସର ବା ମୂତ୍ରାଶୟ କ୍ୟାନସର ସାରା ବିଶ୍ୱରେ ସବୁଠୁ ଅଧିକ ହେଉଥିବା କ୍ୟାନସର ମଧ୍ୟରେ ଗଣାହୋଇଥାଏ । ଏହି କ୍ୟାନସର ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ହୋଇଥାଏ । ମୂତ୍ରାଶୟ କ୍ୟାନସର ଘାତକ ହୋଇଥାଏ । କିନ୍ତୁ ଏଥିରେ ଜୀବନ ପ୍ରତି ବିପଦ ସେପର୍ୟ୍ୟନ୍ତ ହୋଇ ନଥାଏ , ଯେପର୍ୟ୍ୟନ୍ତ ଏହା ବେଶି ବିସ୍ତାରିତ ହୋଇନଥାଏ । ଏଥିପାଇଁ ମୂତ୍ରାଶୟ କ୍ୟାନସର ପ୍ରାଣଘାତୀ ହେବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର କରି ନେବା ନିହାତି ଜରୁରୀ।
ମୂତ୍ରାଶୟ କ୍ୟାନସର ୩ ପ୍ରକାରର ହୋଇଥାଏ –
ମେୟୋ କ୍ଲିନିକ୍ ଅନୁସାରେ , ମୂତ୍ରାଶୟ କ୍ୟାନସର ୩ ପ୍ରକାରର ହୋଇଥାଏ । ଏଥିରେ ୟୁରୋଟେଲିୟଲ କାର୍ସିନୋମା, ସ୍କ୍ୱାମସ ସେଲ କାର୍ସିନୋମା, ଏଡନୋକାର୍ସିନୋମା ସାମିଲ ଅଛି ।
ମୂତ୍ରାଶୟ କ୍ୟାନସରର କାରଣ :
ସିଗାରେଟ୍ , ସିଗାର ବା ପାଇପ୍ ପିଇବା
ବିଷାକ୍ତ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା
କ୍ୟାନସରର ଉପଚାରରେ ବ୍ୟବହାର କରାଯାଉ ଥିବା ଔଷଧ
ବାରମ୍ୱାର ହେଉଥିବା ମୂତ୍ର ସଂକ୍ରମଣ ବା ଫୁଲିବା (ସିଷ୍ଟିଟିସ୍)
କ୍ୟାନସରର ଫ୍ୟାମିଲ ହିଷ୍ଟ୍ରୀ
ମୂତ୍ରାଶୟ କ୍ୟାନସରର ଲକ୍ଷଣ:
ପରିସ୍ରା ପାର୍ଟନରେ ପରିବର୍ତ୍ତନ
ପରିସ୍ରା ସହ ରକ୍ତ ନିର୍ଗତ
ପିଠି ଯନ୍ତ୍ରଣା
ପରିସ୍ରା କରିବା ବେଳେ ଯନ୍ତ୍ରଣା ହେବା
ମୂତ୍ରାଶୟ କ୍ୟାନସରର ଉପଚାର:
ମୂତ୍ରାଶୟ କ୍ୟାନସର ବ୍ୟାପିବା ପୂର୍ବରୁ ଯଦି ଶୀଘ୍ର ଜଣାପଡ଼େ ତ ଏହାର ଚିକିତ୍ସା ସମ୍ଭବ । ପ୍ରାରମ୍ଭିକ ଉପଚାର ଏକ ସ୍କୋପ ଟ୍ରାନ୍ସୟୁରେଥ୍ରଲର ଉପଚାର କରି ଟ୍ୟୁମରକୁ ପୂରା ହଟେଇ ଦେବା ଓ ଟ୍ୟୁମରକୁ ଖଣ୍ଡ ଖଣ୍ଡ କରି କାଟିବା । କେବେ କେବେ ସର୍ଜରୀ ପୂର୍ବରୁ କେମୋଥେରାପି ଦିଆଯାଇ ଥାଏ । ଯଦି କ୍ୟାନସର ମୂତ୍ରାଶୟ ବାହାରେ ବ୍ୟାପିଥାଏ ତ କେମୋଥେରାପି ଓ ଇମ୍ୟୁନୋଥେରାପି ସବୁଠୁ ଭଲ ବିକଳ୍ପ ।
ଏହି ଉପାୟ ରୋକିଥାଏ ମୂତ୍ରାଶୟ କ୍ୟାନସର –
ମୂତ୍ରାଶୟ କ୍ୟାନସରକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହି । ଧୂମପାନ ଠାରୁ ଦୂରେଇବା , ବିଷାକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ନଆସିବା । ଏହାସହ ବିଭିନ୍ନ ପ୍ରକାରର ରଙ୍ଗିନ ଫଳ ଓ ପନିପରିବାରେ ଭରପୂର ଆହାର ସେବନ କରନ୍ତୁ । ଫଳ ଓ ପରିବାରେ ଥିବା ଆଣ୍ଟି ଅକ୍ସିଡେଣ୍ଟ କ୍ୟାନସରର ବିପଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।