ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଦେଖାଯାଏ ଅଧିକାଂଶ ଲୋକ କୌଣସି ଭୋଜିଭାତକୁ ଯାଇ ଅଧିକ ଖାଇ ଦେଇଥାନ୍ତି । ସ୍ୱାଦ ଯୋଗୁ ଆବଶ୍ୟକତାରୁ ଅଧିକ ଖାଦ୍ୟ ଖାଇବା ଫଳରେ ପେଟ ଅଧିକ ଭର୍ତ୍ତି ହେଲା ଭଳି ଲାଗେ । ଏହାଦ୍ୱାରା ବ୍ୟତିବ୍ୟସ୍ତ ଲାଗିଥାଏ। କିଛି ଲୋକଙ୍କୁ ଏହି କାରଣରୁ ଡାକ୍ତରିଠାରୁ ଘରୋଇ ଔଷଧ ମଧ୍ୟ ଖାଇବାକୁ ପଡେ । ଆପଣ କଣ କେବେ ଏଭଳି ସମସ୍ୟା ଭୋଗିଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଘରୋଇ ଉପାୟ ।
ପାନମଧୁରୀ ଓ ମିଶ୍ରି – ପାନମଧୁରୀ ଓ ମିଶ୍ରି ସେବନ ଦ୍ୱାରା ପେଟ ଆଉ ଭର୍ତ୍ତି ଥିବା ଭଳି ଅନୁଭବ ହୋଇନଥାଏ। ଏହାସହ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ। ଖାଦ୍ୟ ହଜମ ହେବାରେ ସହାୟକ ହୋଇଥାଏ।
ଅଳସୀ ମଞ୍ଜି
କିଛି ଅଳସୀ ମଞ୍ଜିକୁ ପାଣିରେ ବତୁରାଇ ଦିଅନ୍ତୁ। ଏହି ପାଣିକୁ ରାତିରେ ଖାଦ୍ୟ ଖାଇବା ପରେ ଓ ସକାଳ ସମୟରେ ପିଅନ୍ତୁ। ଏହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ହେବା ସହ ପେଟ ସଫା ମଧ୍ୟ ହୋଇଥାଏ।
ସବୁଜ ଗୁଜୁରାତି
ଖାଦ୍ୟ ଖାଇବାର ତୁରନ୍ତ ପରେ ପେଟ ଅଧିକ ଭର୍ତ୍ତି , ଫୁଲିବା ଓ ବ୍ୟସ୍ତ ଭଳି ଅନୁଭବ ହେଉଥିଲେ ସବୁଜ ଗୁଜୁରାତି ଖୁବ ଉପକାରୀ। ଖାଦ୍ୟ ଖାଇବା ପରେ ଗୋଟିଏ କିମ୍ବା ୨ଟି ଗୁଜୁରାତି ଚୋବାଇ ଖାଆନ୍ତୁ। ଏହା ପେଟର ଭର୍ତ୍ତି ହେବା ଭଳି ଅନୁଭବ ନ ହେବା ସହ ପାଟି ଦୁର୍ଗନ୍ଧ ମଧ୍ୟ ହୋଇନଥାଏ।