ଭୁବନେଶ୍ୱର,୧୧.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଚାଲିଛି ଖରାଦିନ ସାଙ୍ଗକୁ ଆମ୍ବ ଋତୁ । ତାଛଡା ଖରା ଏତେ ପରିମାଣରେ ବଢ଼ିଯାଇଛିଯେ ଲୋକେ ସାଙ୍ଗରେ ପାଣିବୋତଲ, ଛତା, ଇତ୍ୟାଦି ନେଇ ବାହାରକୁ ବାହାରୁଛନ୍ତି । ଏହି ସମୟରେ ଘରେ ଘରେ ଖୋଜା ପଡ଼ିଥାଏ ଥଣ୍ଡା-ଥଣ୍ଡା ପଦାର୍ଥ ଯେପରି: ଥଣ୍ଡା ପାଣି, କୋଲ୍ଡଡ଼୍ରିଙ୍କସ୍, ଆଇସକ୍ରିମ, ଫ୍ରୁଟ ଜୁସ ଇତ୍ୟାଦି । କିନ୍ତୁ ଜାଣନ୍ତିକି ଏହିଦିନେ କଞ୍ଚା ଆମ୍ବ ପଣା ଶରୀର ପାଇଁ ଭାରି ଲାଭଦାୟକ । ଆପଣ ଏହାକୁ ଘରେ ପ୍ରସ୍ତୁତ କରିପାରିବେ । ସେଥିପାଇଁ ଦରକାର –
ଆବଶ୍ୟକ ସାମଗ୍ରୀ- କଞ୍ଚା ଆମ୍ବ- ୪ଟି, ଭଜା ଜିରା ଗୁଣ୍ଡ- ୨ ଚାମଚ, ଗୁଢ଼ କିମ୍ବା ଚିନି ସ୍ୱାଦ ଅନୁସାରେ, ପୁଦିନାପତ୍ର- ୧ ବଡ଼ ଚାମଚ, କଳା ଲୁଣ- ୩ ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଛୋଟ ଚାମଚ, ବରଫ ଖଣ୍ଡ- ୫ଟି, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ କଞ୍ଚା ଆମ୍ବକୁ ଭଲଭାବେ ଗୋଟା ଧୋଇ ପ୍ରେସର କୁକରରେ ୨-୩ଟି ସିଟି ଦେଇ ଭଲଭାବେ ସିଝାଇ ଦିଅନ୍ତୁ । ସିଝା ଆମ୍ବର ଟୋପା ଛଡ଼ାଇ ରସ ବାହାରକରି ରଖନ୍ତୁ । ଏହାକୁ ଭଲଭାବେ ଗୋଳାଇଦିଅନ୍ତୁ । ଏଥିରେ ଭଜା ଜିରାଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଚିନି କିମ୍ବା ଗୁଡ଼ ମିଶାନ୍ତୁ । ଏହାପରେ କଳାଲୁଣ ପକାନ୍ତୁ । ଏସବୁ ମିଶାଇବା ପରେ ଏହାକୁ ଗ୍ରାଇଣ୍ଡିଂ କରି କାଢ଼ି ନିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ମିଶାଇ ସେଥିରେ ବରଫଖଣ୍ଡ ପକାଇ ଦିଅନ୍ତୁ । ଏବେ ଏହି ଆମ୍ବପଣାକୁ ଥଣ୍ଡା ଥଣ୍ଡା ପିଇବାକୁ ଦିଅନ୍ତୁ ।