ଭୁବନେଶ୍ୱର,୧୧.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆଜି ହେଉଛି ଛେନାପୋଡ଼ ଦିବସ । ଆଜିର ଦିନକୁ ‘ଛେନାପୋଡ଼ ଦିବସ’ ଭାବେ ପାଳିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ଉତ୍ସାହ ସବୁଠୁ ବେଶୀ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ମିଠା ବ୍ୟବସାୟୀ ସୁଦର୍ଶନ ସାହୁଙ୍କର ଜନ୍ମ ୧୯୩୦ ମସିହା ଏପ୍ରିଲ ୧୧ ତାରିଖରେ ହୋଇଥିଲା । ଛେନାପୋଡ଼ର ସ୍ରଷ୍ଟା ଭାବେ ସେ ପରିଚିତ । ତାଙ୍କ ଚେଷ୍ଟାରେ ନୟାଗଡ଼ର ସୀମା ଡେଇଁ ଏ ମିଠା ଦେଶ ଓ ବିଦେଶରେ ଆଜି ପହଞ୍ଚିଛି । ଭାରତ ବାହାରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀରେ ଛେନାପୋଡ଼ ସ୍ଥାନ ପାଇ ବିଦେଶୀଙ୍କ ମନ ବି ଜିଣିସାରିଲାଣି ।