ନୂଆଦିଲ୍ଲୀ,୧୧.୦୪.୨୦୨୩ (ଏନଏନଏସ ଓଡ଼ିଆ) : ନିକଟରେ ସୁପ୍ରିମ କୋର୍ଟ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ଫୈସଲା ଶୁଣାଣି କରିଛନ୍ତିଯେ ଭାରତର ପ୍ରଧାନମନ୍ତ୍ରୀ ଲୋକସଭାର ବିରୋଧିଦଳ ନେତା ତଥା ଭାରତର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିର ସୁପାରିଶରେ ଭାରତର ରାଷ୍ଟ୍ରପତି ନିଯୁକ୍ତି କରିପାରିବେ । ଏହା ସହିତ ସୁପ୍ରିମ କୋର୍ଟ କହିଛନ୍ତିଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି ସିବିଆଇ ମୁଖ୍ୟଙ୍କ ଭଳି ହେବ । ଏକ କମିଟି ଗଠନ ହେବ । ଏହି କମିଟିର ସୁପାରିଶରେ ରାଷ୍ଟ୍ରପତି ନିଯୁକ୍ତି କରିବେ । ଏହା ସହିତ ସୁପ୍ରିମ କୋର୍ଟ କହିଛନ୍ତି ଏହି ବ୍ୟବସ୍ଥା ସେ ପର୍ଯ୍ୟନ୍ତ ଚାଲିବ ଯେ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ କୌଣସି ଆଇନ ସଂସଦ ଦ୍ୱାରା ନକରାଯାଇଛି । ଏଭଳି ଏକ ନିଷ୍ପତି କହିବାକୁ ଗଲେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପୂର୍ବରୁ ରହିଥିବା ନିଯୁକ୍ତି ପ୍ରକ୍ରିୟାକୁ ନିଷ୍ପତି ପରିବର୍ତନ କରିଛି । ଯଦିଓ ସମ୍ବିଧାନର ଧାରା ୩୨୯ ଧାରା ନିର୍ବାଚନ ଆୟୋଗଙ୍କ ନ୍ୟାୟିକ ସୀମାକୁ ନିର୍ଦ୍ଦିଷ୍ଟ ଭାବରେ ସ୍ଥିର କରିଛି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତି ସର୍ବସମ୍ମତି କ୍ରମେ ନିର୍ବାଚନ ଆୟୋଗର ନିଯୁକ୍ତି ପ୍ରକ୍ରିୟାକୁ ପରିବର୍ତ୍ତନ କରିଛି। ଭାରତର ସମ୍ବିଧାନର ଧାରା ୩୨ କୁହେଯେ ଯେକୌଣସି ବ୍ୟକ୍ତିର ମୌଳିକ ଅଧିକାର ହନନ ହେଲେ ସେ ନ୍ୟାୟାଳୟର ଶରଣ ନେଇପାରିବେ । ଅନୁଚ୍ଛେଦ ୩୨ ଅନ୍ତର୍ଗତ ଓ ଅନୁଚ୍ଛେଦ ୨୨୬ ଅନ୍ତର୍ଗତ ଉଚ୍ଚନ୍ୟାୟାଳୟ ବ୍ୟକ୍ତିର ମୌଳିକ ଅଧିକାରକୁ ପ୍ରବର୍ତନ କରିବା ପାଇଁ ୫ ପ୍ରକାରର ଲିଖିତନାମା ଜାରୀ କରିପାରେ ।
ସୂଚନାଯୋଗ୍ୟକି ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଅଧିକାରୀଙ୍କ ନିଯୁକ୍ତି କରିଥାନ୍ତି । ତାଙ୍କର କାର୍ଯ୍ୟକାଳ ୬ ବର୍ଷ ରହିଥିବାବେଳେ ସେମାନେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇପାରିବେ । ୧୯୫୦ରେ ଯେତେବେଳେ ନିର୍ବାଚନ ଆୟୋଗ ଗଠନ କରାଗଲା, ସେବେ ଠାରୁ ୧୫ ଅକ୍ଟୋବର ୧୯୮୯ ପର୍ଯ୍ୟନ୍ତ କେବଳ ଜଣେ ନିର୍ବାଚନ ଅଧିକାରୀ ରହିଥିଲେ । ଏହା ପରେ ୧୬ ଅକ୍ଟୋବରରୁ ୧୯୮୯ ରୁ ୧ ଜାନୁଆରୀ ୧୯୯୦ ପର୍ଯ୍ୟନ୍ତ ଆଉ ଦୁଇ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିଲେ । ଯାହାଦ୍ୱାରେ ସଦସ୍ୟ ସଂଖ୍ୟା 3 ରେ ପହଞ୍ଚିଥିଲା ।
ନିର୍ବାଚନ ଆୟୋଗ ନିଯୁକ୍ତିରେ ବିଭିନ୍ନ ସମୟରେ ରାଜନୈତିକ ଦଖଲ ରହି ଆସିଛି । ୧୯୮୯ରେ ଯେତେବେଳେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ଆଇନରେ ସଂଶୋଧନ କରାଯାଇ ନିର୍ବାଚନ ଅଧିକାରୀ ପଦ ସୃଷ୍ଟି କରାଯାଇଥିଲା । ଏହା ସାଧାରଣ ନିର୍ବାଚନର କିଛି ସମୟ ପୂର୍ବରୁ ହୋଇଥିଲା । ଏହି ସମୟରେ ନିର୍ବାଚନ ଆୟୋଗର ସ୍ୱାଧୀନତା ଉପରେ ହସ୍ତକ୍ଷେପ ଅଭିଯୋଗ ହୋଇଥିଲା ୧୯୯୦ ଜାନୁଆରୀରେୀ ଭିପି ସିଂ ସରକାର ପୁଣି ନିୟମକୁ ବଦଳାଇ ନିର୍ବାଚନ ଆୟୋଗକୁ ଏକ ସଦସ୍ୟ ବିଶିଷ୍ଟ ସଂସ୍ଥା କରିଦେଇଥିଲେ । ଏହା ପରେ ୧ ଅକ୍ଟୋବର ୧୯୯୩ରେ ପିଭି ନରସିଂହ ନେତୃତ୍ୱବାଲା କଂଗ୍ରେସ ସରକାର ନିୟମକୁ ବଦଳାଇ ଏମ୍ଏସ୍ ଗିଲ୍ ଓ ଜିବିଜି କୃଷ୍ଣମୂର୍ତିଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରିଥିଲେ । ଏହାପରେ ୧୯୯୧ରେ ଅଧ୍ୟାଦେଶ ଜରିଆରେ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାବଳୀରେ ସଂଶୋଧନ ଅଣାଯାଇ ସମାନ ଅଧିକାର ଦିଆଯାଇଥିଲା । ଯାହାଦ୍ୱାରା ଉଭୟଙ୍କର କାର୍ଯ୍ୟକାଳ ୬୫ ବର୍ଷ ରହିଥିଲା ।