ରାଇରଙ୍ଗପୁର ,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ରାଇରଙ୍ଗପୁର କୁ ସ୍ଵତନ୍ତ୍ର ଜିଲ୍ଲା ଦାବି କରି ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ଯାନବାହାନ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି । ଏହାକୁ ନେଇ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା । ତେବେ ଏଥିରେ ରାଜନୈତିକ ଦଳ , ନାଗରିକ ସଂଘ ଏବଂ ବିଭିନ୍ନ ଅନୁଷ୍ଠାନ ସାମିଲ ହୋଇଥିବା ଜଣାପଡିଛି ।