ବାଲେଶ୍ଵର,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ହୁଗୁଳି ଠାରେ ବାବା ଚନ୍ଦନେଶ୍ଵର ମହାଦେବଙ୍କ ପବିତ୍ର ଚଡ଼କ ପର୍ବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶୁଭାରମ୍ଭ ହୋଇଛି। ଚଡ଼କ ପର୍ବ ପ୍ରଥମ ଦିନରେ ପାଟଭକ୍ତ ଓ ଦେଉଳିଆ ୨ଜଣ ଭକ୍ତଙ୍କ ଉପବୀତ ଧାରଣ ସହ ବାବାଙ୍କ ଚଳନ୍ତି ବିଗ୍ରହ ଭାବେ ମାନ୍ୟ କରାଯାଉଥିବା ଧ୍ବଜ ବାଉଁଶ ଛେଦନ କରି ଚଡ଼କ ପର୍ବ ଶୁଭାରମ୍ଭ କରିଥାନ୍ତି । ତାପରେ ୧୩ ଜଣ ସ୍ଥାୟୀ ଭକ୍ତଙ୍କ ବ୍ରତ ଧାରଣ ସହିତ ଉପବୀତ ଧାରଣ କରିଥାନ୍ତି lଏହାସହିତ ଆସନ୍ତା ୧୨ ତାରିଖ ମହାନୀଳ ପର୍ବ ଓ ୧୩ ତାରିଖ ପାଟପର୍ବ ମୋଟ ଦୁଇ ଦିନରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଟ୍ରଷ୍ଟ ବୋର୍ଡ଼ ଆକଳନ କରିଛି ।
ଏହି ପବିତ୍ର ଚଡ଼କ ପର୍ବ ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,ଝାଡଖଣ୍ଡ,ଆସାମ, ବିହାର,ଉତ୍ତରପ୍ରଦେଶ ରାଜ୍ୟରୁ ଲକ୍ଷାଧିକ ଭକ୍ତ ନିର୍ଜଳା ଉପବାସ ରହି ଉପବୀତ ଧାରଣ କରନ୍ତି l ପୂର୍ବ ଭାରତର ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡକ ମେଳାର ଆଜି ହେଉଛି ପଞ୍ଚମ ଅର୍ଘ୍ୟ । ମେଳା ପାଇଁ ଉପବୀତଧାରୀ ଭକ୍ତଙ୍କ ସଂଖ୍ୟା ପ୍ରାୟ 30 ହଜାରରେ ପହଂଚିଲାଣି । ସୁରକ୍ଷା ଦୃଷ୍ଟିରୁ 30ପ୍ଲାଟୁନ ପୋଲିସ ଫର୍ସ ମୁତୟନ କରାଯାଇଛି.ବିଶେଷ କରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଧସ୍ତାଧସ୍ତି ହୋଇଥାଏ, ତେବେ ଏଥି ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ କହିଁଛନ୍ତି । ଏହାଛଡା ପଞ୍ଚମ ଅର୍ଘ୍ୟରେ ଶ୍ରୀଜୀଉଙ୍କ ଦୈନନ୍ଦିନ ’ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ପରେ ଅର୍ଘ୍ୟଦାନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି, ଚନ୍ଦନେଶ୍ବର ଚଡକ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ପୁଲିସ ବିଭାଗ ତତ୍ପର ହୋଇ ଉଠିଛନ୍ତି । ।
ରିପୋର୍ଟ -ଭରତ କୁମାର ଦାସ ,ବାଲେଶ୍ୱର
ଏନଏନଏସ ଓଡ଼ିଆ