ଭୁବନେଶ୍ୱର,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆସୁଛି ଅର୍ଣ୍ଣବ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ (Odia film) ‘ ପଡ଼ିଗଲିରେ ତୋ ପ୍ରେମରେ” । ପ୍ରେମ ଉପରେ ଆଧାରିତ ଏହି ଫିଲ୍ମ ରେ ଭିନ୍ନ ଧରଣର ପ୍ରୟୋଗ କରାଯାଇଥିବାବେଳେ ଏହିରେ ନୂଆ କିଛି କରିବାକୁ ଉଦ୍ୟମ କରିଛନ୍ତି ଉଭୟ ନିର୍ମାତା ଓ ନିର୍ଦ୍ଦେଶକ। ବିଶେଷ କରି ପ୍ରେମ କାହାଣୀକୁ ଦର୍ଶକଙ୍କ ଆଗ୍ରହ ଅନୁସାରେ ପ୍ରସ୍ତୁତ କରିବାକୁ ଉଦ୍ୟମ କରିଛନ୍ତି ଉଭୟ।
ଏହି ଅଡିଓ ଭିଡ଼ିଓର ପ୍ରଯୋଜନା ଅଶୋକ ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦାୟୀତ୍ୱ ଭାର କାନ୍ଧେଇଛନ୍ତି ଆଲୋକ ଲେଙ୍କା l ଅଭିନୟରେ ଅଛନ୍ତି ମିଷ୍ଟର ରାଉତ ଏବଂ ମିଠି l ଡକ୍ଟର ନିର୍ମଳ ନାୟକଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ l ସଙ୍ଗୀତ ପରିଚାଳନା କରିଛନ୍ତି ରାଜା-ଅନିଲ ଏବଂ କଣ୍ଠଦାନ କରିଛନ୍ତି ସମସ୍ତଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଶୀତଲ କବି l ଗୀତଟି ମିଲନ ଷ୍ଟୁଡିଓରେ ପ୍ରସ୍ତୁତ କରାଯାଇଛି l
ଏହି ଅଡିଓକୁ ଭିଡ଼ିଓରେ ରୂପାନ୍ତରିତ କରିବା ପାଇଁ ଚିତ୍ରତ୍ତୋଳନ ଦାୟୀତ୍ୱ ନେଇଛନ୍ତି ଦେବବ୍ରତ ନାଥ ଓ ସହଯୋଗ କରିଛନ୍ତି ପିଙ୍କୁ । ସାଗରଙ୍କ ଦାୟିତ୍ୱ ରହିଛି ରୂପସଜ୍ଜା । ଆର୍ଟ ପିକ୍ସସେଲ ପୋଷ୍ଟର ଡିଜାଇନ କରିଛନ୍ତି ଏବଂ ଭିଡ଼ିଓ ସମ୍ପାଦନା କରିଛନ୍ତି ଅମରଜିତ ଓଝା । ଡି. ଆଇ କରିଛନ୍ତି ଅଶ୍ୱିନ (କ୍ୟାମେରା କ୍ଯୁ୍ନ) l ମ୍ୟୁଜିକ ଭିଡ଼ିଓର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି. କେ l ନିକଟରେ ପ୍ରେସ୍ କ୍ଲବ ଠାରେ ଏହି ଅପ କମିଙ୍ଗ” ଫିଲ୍ମ ପଡ଼ିଗଲିରେ ତୋ ପ୍ରେମରେ” ମ୍ୟୁଜିକ ଅଡିଓ ଭିଡ଼ିଓ ଲୋକାର୍ପଣ ହୋଇଯାଇଛି l