ବାଲେଶ୍ବର ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : 40 ଲକ୍ଷ ଟଙ୍କା ପାଇଁ ଯୁବକ ଙ୍କୁ ଅପହରଣ କରିବା ଘଟଣା ରେ ପୋଲିସ ମୁଖ୍ଯ ଅଭିଯୁକ୍ତ ତଥା ଅପହରଣକାରୀ କୁ ଗିରଫ କରିବା ସହ ଅପହୃତ ଯୁବକ ଙ୍କୁ 24 ଘଣ୍ଟା ମଧ୍ଯ ରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି . ସୂଚନା ଅନୁଯାୟୀ ଗତକାଲି ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳ ର ସୁମନ ବରୁଣ ଦେ ବସ୍ତା ଥାନା ଅନ୍ତର୍ଗତ ପଞ୍ଚୁରୁଖୀ ଗ୍ରାମର ଶିବାନନ୍ଦ ପାତ୍ର ଙ୍କୁ ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଚନ୍ଦନେଶ୍ବର ନିକଟରୁ ଏକ ନାଲି ରଙ୍ଗର ସ୍ବିଫ୍ଟ କାର ରେ ଅପହରଣ କରିନେବା ସହ ତାଙ୍କ ପରିବାର ଲୋକଙ୍କୁ ଫୋନ କରି 40 ଲକ୍ଷ ଟଙ୍କା ଦେବା ପାଂଇ ଦାବି କରିଥିଲେ , ଏନେଇ ଗତକାଲି ଶିବାନନ୍ଦ ଙ୍କ ସ୍ତ୍ରୀ ତାଳସାରୀ ମେରାଇନ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ବାଲେଶ୍ବର ଏସ୍ ପି ଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରି ମୟୁରଭଞ୍ଜ ଏବଂ ବାଲେଶ୍ବର ର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଆଜି ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳ ରୁ ଅଭିଯୁକ୍ତକୁ ଗିରଫ କରିବା ସହ ଅପହୃତ ଯୁବକକୁ ଉଦ୍ଧାର କରିଛି ବାଲେଶ୍ବର ପୋଲିସ. ଏହା ସହ ଶିବାନନ୍ଦ ଙ୍କ ପରିବାର ଲୋକ ଅପହରଣକାରୀ ଙ୍କୁ ଦେଇଥିବା 5 ଲକ୍ଷ ଟଙ୍କା , ଗୋଟିଏ କାର ଏବଂ 3 ଟି ବ୍ଯାଙ୍କ ଚେକ୍ ଜବଦ କରି ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ପୋଲିସ.
(ଭରତ କୁମାର ଦାସ ,ବାଲେଶ୍ୱର ,ଏନଏନଏସ ଓଡ଼ିଆ )