ବଡଚଣା,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାସନ ପୁରୁଷୋତ୍ତମପୁର ଅଂଚଳ ରେ 10 ବର୍ଷ ର ପୁଅ କୁ ବାପା ବିକ୍ରି କରିଥିବା ଅଭିଯୋଗ ହେବା ପରେ ପୁଲିସ ପିଲାଟିକୁ ଉଦ୍ଧାର କରିଛି । ସୂଚନା ଅନୁଯାଇ ଶାସନପୁରୁଷୋତ୍ତମପୁର ଅଂଚଳ ର ଘନ ଶିଙ୍କୁ ନିଜ ର 10 ବର୍ଷ ର ପୁଅ କୁ ଆରୁହା ହାଟ କୁ ନେଇ ସେଠାରେ ଜୈନିକ ବ୍ୟକ୍ତି ଙ୍କୁ ପୁଅ କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଘନ ଙ୍କ ସ୍ତ୍ରୀ ଏହାକୁ ବିରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ଜଣାଇ ଥିଲେ। ଲୋକମାନେ ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଜଣାଇ ଥିଲେ। ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ ପରେ ବଡ଼ଚଣା ପୋଲିସ ଶିଶୁ ଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଶିଶୁ ଟିକୁ ତା ମା ଙ୍କ ହେପାଜତ ରେ ଛଡା ଯାଇଛି। ଘଟଣା କୁ ନେଇ ସ୍ଥାନୀୟ ଅଂଚଳ ରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ଘଟଣା ର ଅଧିକ ତଦନ୍ତ ଚଳାଇଛି।
ବଡଚଣା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ NNs ଓଡ଼ିଆ