ପୁଡୁଚେରୀ,୦୭.୦୪.୨୦୨୩ (ଏନଏନଏସ ଓଡ଼ିଆ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରମାନେ ସତର୍କ ହୋଇ ଯାଇଛନ୍ତି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଇତି ମଧ୍ୟରେ ପୁଡୁଚେରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ଥିବା ବେଳେ ପୁଡୁଚେରୀରେ ସମସ୍ତ ସର୍ବସାଧାରଣ ସ୍ଥାନରେ ପୁଣି ମାସ୍କ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମୁଦ୍ର କୂଳ, ପାର୍କ, ବିଦ୍ୟାଳୟ ଓ ଅନ୍ୟ ସଭା ସ୍ଥଳ ସହ ସମସ୍ତ ସର୍ବସାଧାରଣ ସ୍ଥାନରେ ପୁଣି ଥରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଜିଲାପାଳ ଇ.ବଲ୍ଲଭନ ଏନେଇ ସୂଚନା ଦେଇଛନ୍ତି।