ଚେନ୍ନାଇ,୦୭.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଚେନ୍ନାଇର ନୂତନ ବିମାନ ବନ୍ଦର ଟର୍ମିନାଲକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଫଟୋ ସେୟାର କରି ଏ ବିଷୟରେ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟଯେ ତାମିଲନାଡୁ ରାଜ୍ୟରେ ବିମାନ ଚଳାଚଳା ସୁବିଧା କରିବା ଲାଗି ଏକ ନୂତନ ବିମାନ ବନ୍ଦର ନିର୍ମାଣ କରାଯାଇଛି । ଏହି ବିମାନ ବନ୍ଦରଟି ୨ଲକ୍ଷ ୨୦ ହଜାର ୯୭୨ ବର୍ଗମିଟରେ ଅବସ୍ଥିତ । ଚେନ୍ନାଇ ବିମାନବନ୍ଦରରେ ଆର୍ଟ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ନୂତନ ପରିବେଶ ଚେନ୍ନାଇର ଭିତ୍ତିଭୂମି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଟର୍ମିନାଲ ବିଲଡିଂକୁ ଏପ୍ରିଲ ୮, ଶନିବାର ଦିନ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ଏବଂ ଏହା ସଂଯୋଗକୁ ବୃଦ୍ଧି କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଲାଭ ଦେବ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି । ୧,୨୬୦ କୋଟି ଟଙ୍କା ବ୍ୟୟରେ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ ବିଲଡିଂକୁ ବିକଶିତ କରାଯାଇଛି । ନୂତନ ଟର୍ମିନାଲ୍ ହେଉଛି ସ୍ଥାନୀୟ ତାମିଲ ସଂସ୍କୃତିର ଏକ ଚମତ୍କାର ପ୍ରତିଫଳନ, ପାରମ୍ପାରିକ ବୈଶିଷ୍ଟ୍ୟ ।