ଭୁବନେଶ୍ୱର,୦୬.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆଜିକାଲି ପ୍ରତେକ ଲୋକଙ୍କ ଘରେ ଚା’ ନିଶ୍ଚୟ ତିଆରି ହେଉଥିବ। ତେବେ ସେହି ଚା’ର ସେବନ କରିବା ବେଳେ ଆମକୁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ହେବ । ନଚେତ ବିଭିନ୍ନ ପ୍ରକାରର ରୋଗରେ ପଡିବାଟା ନିଶ୍ଚିତ । ତେବେ ଚା’ ପିଇବା ସମୟରେ କେଉଁ କେଉଁ ଖାଇବା ଗ୍ରହଣ କରିବା ଉଚିତ୍ ନୁହେଁ ଆସନ୍ତୁ ସେ ବିଷୟରେ ଜାଣିବା…
କୁହାଯାଏ କି ଚା’ ଗୋଟିଏ ଏମିତି ଜିନିଷ ତାହାକୁ ସେବନ କରିବା ଯୋଗୁଁ ଆମକୁ ଅନେକ ସମୟରେ ରିଲାକ୍ସ ମିଳିଥାଏ। ତେବେ ଚା’ ପିଇବାର ଗୋଟିଏ ଘଣ୍ଟା ପୂର୍ବରୁ ଵା ଗୋଟିଏ ଘଣ୍ଟା ପରେ କୌଣସି ଖାଦ୍ୟ ଖାଇବା ଜମାରୁ ଉଚିତ୍ ନୁହେଁ ଯାହା ଆମର ସ୍କିନ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି। ତେଣୁ ଚା’ ପିଇବାର ଗୋଟିଏ ଘଣ୍ଟା ପୂର୍ବରୁ ଵା ଗୋଟିଏ ଘଣ୍ଟା ପରେ ଖାଇବା ଉଚିତ୍।
ସାବଧାନତା –
୧. ଚା’ ପିଇଵା ପୂର୍ବରୁ ଵା ପରେ କିଛି ସମୟ ଛାଡିକି ଖାଇବା ଗ୍ରହଣ କରିବା ଆବଶ୍ୟକ । ବତୁରା ହୋଇଥିବା ମୁଗ କିମ୍ବା ବୁଟକୁ ଚା’ ପିଇବା ପରେ କେବେ ହେଲେ ଖାଆନ୍ତୁ ନାହିଁ ତାହା ଆମ ସ୍କିନ ଉପରେ ଖରାପ ପ୍ରଭାବ ପକାଇବା ସହିତ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ମୁହଁରେ ଧଳା ଧଳା ଦାଗ ହୋଇଥାଏ।
୨. ଗରମ ଚା’ ପିଇବା ପରେ ସଙ୍ଗେ ସଙ୍ଗେ କେବେ ହେଲେ ଥଣ୍ଡା ପାଣିର ସେବନ କରନ୍ତୁ ନାହିଁ। ଏହା ଆମର ଦାନ୍ତ ଉପରେ ବିଶେଷ ପ୍ରଭାବ ପକାଇଥାଏ ବୋଲି କୁହାଯାଏ । ଯାହା ଆମର ଦାନ୍ତ କୁ ଝିମ ଝିମ କରେଇଥାଏ ଓ ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ।
୩. ଚା’ ପିଇ ସାରିବା ପରେ ଆପଣ କେବେ ହେଲେ ଲେମ୍ବୁ କିମ୍ବା ଲେମ୍ବୁ ତିଆରି ଜିନିଷର ସେବନ କରନ୍ତୁ ନାହିଁ ଯାହା ଆମ ଶରୀର ପାଇଁ ଖରାପ ହୋଇଥାଏ। ଚା’ ପିଇବା ପରେ ଲେମ୍ବୁ ଖାଇବା ଦ୍ଵାରା ଏହା ଆମର ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ ଯାହା ଖାଇବାକୁ ବିଷ କରି ଦେଇଥାଏ।
୪- କୁହାଯାଉଛି କି ଚା’ ପିଇବା ପରେ କେବେ ହେଲେ ବେସନ ଵା ହଳଦୀ ରେ ତିଆରି ଜିନିଷର ସେବନ କରନ୍ତୁ ନାହିଁ ଯାହା ଆପଣ ଙ୍କର ଚୁଟିକୁ ଧଳା କରିବା ସହିତ ଚୁଟି ଝଡ଼ିବା ଭଳି ସମସ୍ୟା ସୃଷ୍ଟି କରିଥାଏ।