ବଲାଙ୍ଗୀର ,୦୬.୦୪.୨୦୨୩ (ଏନଏନଏସ ଓଡ଼ିଆ) : ବଲାଙ୍ଗୀର ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପହଞ୍ଚି ତଦନ୍ତର ଅଗ୍ରଗତି ସମୀକ୍ଷା କରିଛନ୍ତି । ଆଇଜି ବଲାଙ୍ଗୀରରେ ପହଞ୍ଚିବା ପରେ ପ୍ରଥମେ ଡାକ ଅଧିକ୍ଷକଙ୍କୁ ପଚରାଉଚରା କରିଛନ୍ତି । ଏହା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରାଯାଇଛି । ସେହିପରି କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀ ଡିଏସପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀମାନେ ଡାକ ଅଧୀକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ।