ବାରଣାସୀ,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) :ବନାରସ୍ର ପାନ ଏବଂ ଲଙ୍ଗଡା ଆମ୍ବ ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ମିଳିଛି ଜିଆଇ ଟ୍ୟାଗ । ପାନ ନାମରେ ବଲିଉଡ୍ରେ ଅନେକ ଗୀତ ରଚନା ହୋଇଛି । ଅମିତାଭଙ୍କ ଖାଇକେ ପାନ ବନାରସ ବାଲା ବେଶ୍ ଲୋକପ୍ରିୟ । ସେହିପରି ବନାରସୀ ପାନ ସହ ଲଙ୍ଗଡା ଆମ୍ବକୁ ବି ଏବେ ଜିଆଇ ଟ୍ୟାଗ୍ ମିଳିଛି । ଉତ୍ତର ପ୍ରଦେଶର ୪୫ଟି ଜିନିଷକୁ ଜିଆଇ ଟ୍ୟାଗ ମିଳିଥିବା ବେଳେ କାଶୀ କ୍ଷେତ୍ରର ୨୨ଟି ଦ୍ରବ୍ୟକୁ ଜିଆଇ ଟ୍ୟାଗ ମିଳିଛି । ବନାରସର ବ୍ରୋକେଡ୍ ଶାଢୀ, ବନାରସ୍ ମେଟଲ ରିୋପଜ କ୍ରାଫ୍ଟ, ଗୁଲାବ ମୀନାକରୀ, ଭୋଦେହୀ କାଲୀନ, ଲାଲପେଡା, ତ୍ରିରଙ୍ଗୀ ବର୍ଫି, ବନାରସ ଥଣ୍ଡାଇ, ଲାଲ ଭରବା ଲଙ୍କା ପରି କାଶୀ ଏବଂ ଏହାର ଆଖପାଖ ୨୨ଟି ଜିନିଷକୁ ଜିଆଇ ଟ୍ୟାଗ ମିଳିଛି ।