ଟୋକିଓ,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନିପ୍ପନ ଷ୍ଟିଲ। ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ଆଲୋଚନା ବେଳେ ପ୍ଲାଣ୍ଟ ପ୍ରତିଷ୍ଠା ନେଇ କହିଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ। ୩୦ ମିଲିଅନ ଟନ୍ର ପ୍ଲାଣ୍ଟ ପାଇଁ ଯୋଜନା କରିଛି ନିପ୍ପନ। ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଅଧିକାଂଶ ଓଡିଶାବାସୀଙ୍କୁ ସହାୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟ ଆସନ୍ତାକାଲି ଓକୁରା ଟୋକିଓରେ ହେବାକୁ ଥିବା ବିଜନେସ ମିଟ୍ରେ ଶିଳ୍ପ ଓ ବାଣିଜ୍ୟ ଜଗତର ୨୦୦ରୁ ଅଧିକ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ନବୀନ ଆଣ୍ଡ କୋ।
ଏପରି ଖବର ଆସିବା ପରେ ଚର୍ଚ୍ଚା ଚାଲିଛି ଯେ, ଓଡ଼ିଶାର ବିକାଶକୁ ବୁଷ୍ଟର ମିଳିଛି । ଜାପାନ ହେବ ନିବେଶ ତଥା ବିକାଶର ବଡ଼ ଭାଗିଦାରୀ। ଓଡ଼ିଶାରେ ସର୍ବ ବୃହତ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନିପ୍ପନ ଷ୍ଟିଲ। ବାର୍ଷିକ ୩୦ ମିଲିଅନ ଟନ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଯୋଜନା କରିଛି ନିପନ୍ନ ଷ୍ଟିଲ। ବର୍ତ୍ତମାନ ବିଶ୍ବରେ ବାର୍ଷିକ ୨୦ ମିଲିଅନ ଟନ୍ ଉତ୍ପାଦନ କ୍ଷମତାର ପ୍ଲାଣ୍ଟ ଥିବା ବେଳେ ୩୦ ମିଲିଅନ ଟନ୍ର ପ୍ଲାଣ୍ଟ ପାଇଁ ଯୋଜନା କରିଛି ନିପ୍ପନ। ଟୋକିଓରେ ନିପ୍ପନ ଷ୍ଟିଲ ମୁଖ୍ୟ ମୁଖ୍ୟ ଏଇଜି ହାସିମୋତୋ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ବେଳେ ନିବେଶ ନେଇ ବଡ କଥା କହିଛନ୍ତି ହାସିମୋତୋ। ସେପଟେ ଆଲୋଚନା ବେଳେ ନିପ୍ପନ ମୁଖ୍ୟଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିପ୍ପନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଅଧିକାଂଶ ଓଡ଼ିଶାବାସୀଙ୍କୁ ସହାୟକ ହେବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ସେପଟେ ଏପ୍ରିଲ ୬ରେ ନିପ୍ପନ ଷ୍ଟିଲର କିମିତ୍ସୁ ୱାର୍କ୍ସ କାରଖାନା ଓ ଗବେଷଣା କେନ୍ଦ୍ର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ଟିମ୍।
ସେପଟେ ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାପାନୀ କମ୍ପାନିଙ୍କ ପ୍ରତିନିଧିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସେଠାରେ ଓଡ଼ିଶା ବିଜନେସ ମିଟ୍ ମଧ୍ୟ ଆୟୋଜିତ ହେବ। ଏଥିରେ ରାଜ୍ୟରେ ନିବେଶ ସଂପର୍କିତ ସୁଯୋଗ ଓ ସମ୍ଭାବନା ସଂପର୍କରେ ଆଲୋଚନା ହେବ। ଓକୁରା ଟୋକିଓରେ ଆୟୋଜିତ ଏହି ବିଜନେସ ମିଟ୍ରେ ଶିଳ୍ପ ଓ ବାଣିଜ୍ୟ ଜଗତର ୨୦୦ରୁ ଅଧିକ ପ୍ରତିନିଧି ଭାଗ ନେବେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଓଡ଼ିଶାରେ ଥିବା ନିବେଶ ଓ ବ୍ୟାବସାୟିକ ସମ୍ଭାବନା ସଂପର୍କରେ ସେମାନଙ୍କୁ ଅବଗତ କରାଇବେ। ସେହିପରି ସେଠାକାର ଓଡ଼ିଆ ସମାଜ ସହିତ ଆଲୋଚନା ଓ ରାତ୍ରିଭୋଜନ କାର୍ଯ୍ୟକ୍ରମ ବି ରହିଛି ।
ଟୋକିଓରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ। ଆଉ ନବୀନ କହିଛନ୍ତି,ଏହି ଗସ୍ତ ଜାପାନ-ଓଡ଼ିଶା ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବ। ଓଡ଼ିଶାକୁ ଏକ ନିବେଶ ପ୍ରାଥମିକତା ସଂପନ୍ନ ସ୍ଥାନ ଭାବେ ବିକଶିତ କରିବାରେ ସହାୟକ ହେବ।