ଭଗବାନ ହନୁମାନଙ୍କୁ ଶଙ୍କଟମୋଚନ କୁହାଯାଇଥାଏ । ମାନ୍ୟତା ରହିଛି ବଜରଙ୍ଗବଲୀଙ୍କ କୃପା ଦ୍ୱାରା ଜୀବନରୁ ସମସ୍ତ ପ୍ରକାର ସଙ୍କଟ ଦୂର ହୋଇଯାଇଥାଏ । ବଡ ବଡ ପର୍ବତକୁ ଉଠାଇବା ସହ ସମୁଦ୍ର ପାର୍ କରିବା ଏବଂ ସ୍ୱୟଂ ଭଗବାନଙ୍କ କାର୍ୟ୍ୟ ବହନ କରୁଥିବା ମାରୁତି ନନ୍ଦନଙ୍କ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଯାଇଥାଏ । ଆପଣମାନେ ଶୁଣିଥିବେ ପିଲାବେଳେ ପ୍ରଭୁ ହନୁମାନ ଭଗବାନ ସୂର୍ୟ୍ୟଙ୍କୁ ଫଳ ଭାବି ଗିଳି ଦେଇଥିଲେ । ସେହି ପ୍ରଭୁ ମହାବୀରଙ୍କ ଜନ୍ମୋତ୍ସବ ଚଳିତ ବର୍ଷ ଏପ୍ରିଲ ୬ ରେ ପାଳନ କରାଯିବ । ଏହି ଦିନ ମହାବୀର ମନ୍ଦିରକୁ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯିବା ସହ ବିଧି ବିଧାନର ସହ ପୂଜା କରାଯାଇଥାଏ । ପ୍ରଭୁ ବଜରଙ୍ଗବଲୀ ଏଭଳି ଠାକୁର ଯେ, ଭକ୍ତଙ୍କ ପ୍ରାର୍ଥନାରେ ଅତିଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହି କାରଣରୁ ଯଦି ଆପଣ ହନୁମାନ ଜନ୍ମୋତ୍ସବରେ ପ୍ରଭୁ ବଜରଙ୍ଗବଲୀଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ର ଜପ କରନ୍ତୁ. . .
ହନୁମାନଙ୍କ ଜନ୍ମ ଦିବସରେ ପୂଜା କରିବା ପୂର୍ବରୁ ଏହି ମନ୍ତ୍ର ଜପ କରନ୍ତୁ ।
କୁହାଯାଇଥାଏ ଏହି ମନ୍ତ୍ର ଜପ କରିବା ଦ୍ୱାରା ମହାବଳୀ ହନୁମାନ ପ୍ରସନ୍ନ ହୋଇ ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି ।
ॐ हं हनुमंते रुद्रात्मकाय हुं फट्
ସେହିଭଳି ଜୀବନରେ ସୁଖ-ସମୃଦ୍ଧି ପାଇବା ପାଇଁ ହନୁମାନଙ୍କର ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ । ଭଗବାନ ପ୍ରସନ୍ନ ହୋଇ ନିଶ୍ଚୟ ମନୋସ୍କାମନା ପୂରଣ କରିବେ ।
ऊँ नमो भगवते पंचवदनाय पश्चिमुखाय गरुडानना
मं मं मं मं मं सकल विषहराय स्वाहा।।
ଯଦି ଆପଣଙ୍କ ଘରେ କିମ୍ବା ପରିବାରରେ ଅଶାନ୍ତି ଲାଗି ରହୁଛି ତେବେ ଏହି ମନ୍ତ୍ର ପ୍ରଭୁ ବଜରଙ୍ଗବଲୀଙ୍କ ନିକଟରେ ୧୧ ଥର ଜପ କରନ୍ତୁ ।
ॐ नमो भगवते पंचवदनाय दक्षिणमुखाय करालवदनाय नरसिंहाय ॐ ह्रां ह्रीं ह्रूं ह्रें
ह्रौं ह्रः सकल भूत प्रमथनाय स्वाहा ।।
ଏସବୁ ବ୍ୟତୀତ ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ହନୁମାନ ଜୟନ୍ତି ଦିନ ଯେ କୌଣସି ହନୁମାନ ମନ୍ଦିରରେ ନାଲି ରଙ୍ଗର ପତାକା ଲଗାଇ ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ ।
ऊँ नमो भगवते पंचवदनाय ऊर्ध्वमुखाय हयग्रीवाय रूं रूं रूं रूं रूं रुद्रमूर्तये
सकलजन वशकराय स्वाहा।।
ଏହିସବୁ ନିୟମ ପାଳନ କରିବା ଦ୍ୱାରା ପ୍ରଭୁ ବଜରଙ୍ଗବଲୀ ପ୍ରସନ୍ନ ହେବା ସହ ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି ।