ପୁରୀ ,(ଏନଏନଏସ ଓଡ଼ିଆ/ ୦୩.୦୪): ସମାଜ ଯେତେ ଆଗକୁ ଗଲେ ବି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଛି ଅତୁଟ ବିଶ୍ୱାସ। ମହାପ୍ରଭୁ ଚାହିଁଲେ ବା ତାଙ୍କ ଆଶିର୍ବାଦ ରହିଲେ କୌଣସି ଶତୃ ଶକ୍ତି ପାଖ ମାଡିବ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ। ଜଣେ ଅଣଓଡ଼ିଆ ଭକ୍ତ ନିଜର ଦୁଇମାସର ପିଲାକୁ ମହାପ୍ରଭୁଙ୍କ ଆଗରେ ଗଡେଇ ଦେଇଛି। ଉଚ୍ଚଶିକ୍ଷିତ ବ୍ଯକ୍ତି ହୋଇଥିଲେ ବି ମହାପ୍ରଭୁଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ। ଖାସ ଏଇଥିପାଇଁ ସେ ନିଜ ପିଲାକୁ ମହାପ୍ରଭୁଙ୍କ ନିକଟରେ ଗଡେଇ ଦେଇ ସମର୍ପିତ କରିଛନ୍ତି। ଯାହାକି ପିଲାଟିକୁ ମହାପ୍ରଭୁ ନିଜ ପଣତରେ ଘୋଡାଇ ରଖିବେ। ପିଲାଟି ଯେମିତି ସମାଜରେ ପ୍ରତିଷ୍ଠିତ ବ୍ଯକ୍ତି ଭାବେ ଗଢିଉଠିବ। କୌଣସିଥିରେ ଯେମିତି ପୁଅ କମ୍ ନରହିବ। ପୁଅ ପାଇଁ ମାନସିକ ରଖିଥିଲେ ବାପା। ମଙ୍ଗଳାଳତୀ ଚାଲିଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ଗଢାଇ ଦେବାର ଦୃଶ୍ୟ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ମହାପ୍ରଭୁ ନିଦ୍ରାରୁ ଉଠିବା ପରେ ତାଙ୍କ ସମ୍ମୁଖରେ ଗଡାଇଦେବା ପାଇଁ ସେ ପ୍ରତ୍ୟୁଷରୁ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ। ଆଉ ମଙ୍ଗଳାଳତୀ ସମୟରେ ପୁଅକୁ ଭଗବାନଙ୍କ ନିକଟରେ ସମର୍ପଣ କରିଥିଲେ। କେବଳ ଏଇ ଭକ୍ତ ନୁହନ୍ତି ପୂର୍ବ କାଳରୁ ବି ଦାସିଆ ବାଉରୀ ହାତରୁ ନଡିଆ ନେଇଯିବା, ଭକ୍ତ ସାଲବେଗ ପାଇଁ ଶରଧାବାଲିରେ ରଥ ଅଟକି ଯିବା ଆଉ ଶ୍ରୀଚୈତନ୍ୟ ମହାପ୍ରଭୁ ଆଦି ଅନେକ ଭକ୍ତଙ୍କୁ ନିଜର ଉପସ୍ଥିତ ଜଣାଇ ମହାପ୍ରଭୁ ଆଜି ବିଶ୍ୱ ବିଦିତ ହୋଇଛନ୍ତି। ବିଦେଶୀ ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ପ୍ରେମରେ ବାନ୍ଧି ହୋଇଛନ୍ତି। ଆଉ ଏବେ ସାରା ବିଶ୍ୱରେ ଗୋଟିଏ ନାମ ଜୟ ଜଗନ୍ନାଥ ବୋଲି ଗୁଞ୍ଜରିତ ହେଉଛି।
Sanjay Mohapatra,,Puri