କଟକ ଜିଲ୍ଲାର ସାଲେପୁର ବ୍ଲକ ପୁରୁଣାହାଟ ଗ୍ରାମପଂଚାୟତର ଓଡକିମିରା ଗ୍ରାମର ସଫଳ ଚାଷୀ ଜଗଦୀଶ ରାଉତରାୟ | ଅଦମ୍ୟ ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଁଚାଇ ଥାଏବୋଲି ପ୍ରମାଣ କରି ଦେଖାଇଛନ୍ତି ଜଗଦୀଶ | ତିନିଏକର ପରିମିତ ଜମିରେ ଚାଷ କରିଛନ୍ତି ସୁଯ୍ୟମୁଖୀ ଫୁଲ ସହ କଦଳୀ,ନଡ଼ିଆ,ଗୁଆ,ସଜନା. ଅନ୍ୟ ଦୁଇ ଏକର ଜମି ରେ ତିନୋଟି ପୋଖରି ରେ ମାଛ ଚାଷ କରିଛନ୍ତି | ସୁଯ୍ୟ ମୁଖୀ ଫୁଲ ଦେଢ଼ ଏକର ଜମିରେ ଚାଷ କରି ବେଶ ଦୁଇ ପଇସା ଲାଭ ପାଇବେ ବୋଲି ଆଶାକରିଛନ୍ତି ଜଗଦୀଶ /ବିରୀ, ମୁଗ ଚାଷ କରି ଲାଭବାନ ହୋଇନଥିଲେ ଜଗଦୀଶ | ତେଣୁ ମନ ବଳେଇଥିଲେ ସୁଯ୍ୟମୁଖୀ ଚାସକରିବାକୁ | ପଡୋଶୀ ମାର୍କେଟ ରୁ ଉନ୍ନତ କିସମ ର ମଞ୍ଜିକିଣିଥିଲେ ଜଗଦୀଶ | ବିନା ସରକାରୀ ମହାୟତାରେ ମଧ୍ୟ ସେ ଚାଷକରିଛନ୍ତି | ଏପ୍ରିଲ ମାସ ଶେଷ ସୁଧା ଅମଳ ହେବବୋଲି ସେ ଆସାବନ୍ଧିଛନ୍ତି | ଏଭଲି ସୁଯ୍ୟମୁଖୀ ଫୁଲ ର ମନୋଲୋଭା ଦୃଶ୍ୟ ଦେଖିଲେ ନିଜେ ଜଗଦୀଶ କାହିଁକି,ଯେକୌଣସି ବାଟୋଇ ମଧ୍ୟ କିଛି ସମୟ ପାଇଁ ଅଟକି ଯିବେ, ସୁଲୁସୁଲିଆ ସମୀର ରେ ଦୋଳାୟମାନ ହେଉଥିବା ଫୁଲ ଗୁଡିକର ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ | ଦେଢ଼ ଏକର ଜମିରେ ୪୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଓ ଦୁଇଟି ଲୋକଙ୍କୁ ମଧ୍ୟ ସେ ନିଯୁକ୍ତି ଦେଇଛନ୍ତି | ତାଙ୍କର ବାଗିଚା ଭିତରେ ସୁନ୍ଦର ଆଲୋକ ବ୍ୟବସ୍ଥା ସହ ବସି ଖାଇବାପାଇ ମଧ୍ୟ ବଗିଚାରେ ସୁ ବ୍ୟବସ୍ତାବକରିଛନ୍ତି | ଏଭଳିଜଣେ ସଫଳ ଚାଷୀ, ଅନ୍ୟ ମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି
କଟକ ଜିଲ୍ଲାର ସାଲେପୁର ରୁ ସ୍ୱଦେଶ ରଞ୍ଜନ nns ଓଡ଼ିଆ /