ନବ ଦାସଙ୍କୁ ହରାଇବା ପରେ ଝାରସୁଗୁଡ଼ା ବାସୀଙ୍କ ଆଖିରୁ ସୁଖିନି ଲୁହ । ଲୋକଙ୍କ ହୃଦୟରେ ଏବେ ବି ଜଳୁଛି ନବ ଦାସଙ୍କ ଚିତା । ଲୁଣ ଖାଇଥିଲେ ବୋଲି ଏବେ ବି ନବଙ୍କ ଗୁଣ ଗାଉଛନ୍ତି ଜନତା । ହେଲେ ବାପାଙ୍କ ଅକାଳ ମୃତ୍ୟୁ ପରେ ମଇଦାନରେ ଝିଅ ।
ବାବାଙ୍କ ମୃତ୍ୟୁକୁ ମାସେ କେଇଟା ପୁରି ନାହିଁ ଝିଅ ବାପାଙ୍କ ଆସନରେ ବସିବା ପାଇଁ ବ୍ୟାକୁଳ । ସାଧାରଣ ଜନତା ଭୁଲି ନାହାଁନ୍ତି ନବ ଦାସଙ୍କୁ । ସାଧାରଣ ଜନତା ଏବେ ବି ଝୁରି ହେଉଛନ୍ତି ନବ ଦାସଙ୍କୁ । ହେଲେ ଝିଅ କିନ୍ତୁ ବାପାଙ୍କ ନାଁ ନେଇ ରାଜନୀତି କରିବାକୁ ଅଣ୍ଟା ଭିଡିଛନ୍ତି । କ୍ଷମତାର ଲୋଭରେ ଝିଅ ଅନ୍ଧ ହୋଇଯାଇଛନ୍ତି । ଯେଉଁ କ୍ଷମତା ପାଇଁ ବାପା ଦିନେ ନିଜ ଜୀବନକୁ ହରାଇ ଦେଇଥିଲେ । ଗୁଳି ଆଗରେ ଛାତି ଦେଖାଇ ଦେଇଥିଲେ । ସେହି କ୍ଷମତା ଦୌଡ଼ରେ ଏବେ ଝିଅ ଦିପାଳି । ଏ କଥା ଆମେ କହୁନୁ ଏବେ ଏହା ସାଧାରଣ ଜନତା କହୁଛନ୍ତି । ଲୋକେ ଏହା କହୁଛନ୍ତି ଯେ ଝିଅ ବାପାଙ୍କ ଆସନରେ ବସିବାକୁ ଯେତିକି ଆକୁଳ ବାପାଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମଚନ ପାଇଁ ସେତିକି ବ୍ୟାକୁଳ ନୁହଁନ୍ତି । ସେପଟେ ଦୀପାଲି ଏହା କହି ଗାଁରୁ ଗାଁ, ଘର ରୁ ଘର ବୁଲୁଛନ୍ତି କି ଝାରସୁଗୁଡ଼ା ବାସୀଙ୍କର ସେବା କରିବି। ଆଉ ବାପାଙ୍କର ଶେଷ ଇଚ୍ଛା ବା ଅଧୁରା ସ୍ଵପ୍ନକୁ ପୁରା କରିବି । ତେବେ ସେ ସ୍ଵପ୍ନ କି କ୍ଷମତାର ଲୋଭ ତାହା କେବଳ ହିଁ ଦିପାଲିଙ୍କୁ ଜଣା । ଯେଣେ ତେଣେ ପ୍ରକାରେ ବାପାଙ୍କ ଆସନକୁ ଜାବୁଡ଼ି ଧରିବାକୁ ଝିଅ ଅଣ୍ଟା ଭିଡ଼ିଛନ୍ତି । ବାପାଙ୍କ କଥା କହି ଭୋଟ ହାତେଇବା ପାଇଁ ଓ ସିମ୍ପାଦି ଭୋଟରେ ବିଜୟର ବାନା ଉଡାଇବା ପାଇଁ ଦିପାଲି ସବୁ କୌଶଳ ଆପଣାଇ ନେଇଛନ୍ତି । ଏହା ଦେଖିବା ପରେ ଲୋକେ କହୁଛନ୍ତି କି କ୍ଷମତାର ଲୋଭ ଦିପାଳୀ ଙ୍କୁ ଏପରି ଅନ୍ଧ କରିଦେଇଛି ଯେ ବାପାଙ୍କ ହତ୍ୟାକାଣ୍ଡ ପରେ ବାପାଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଲିବା ପାଇଁ ଝିଅ ଆଦୌ ବେସ୍ତ ନୁହଁନ୍ତି । ତେବେ ରାଜନୀତିର ଗଣିତ ବୁଝିବା ସତରେ ଭାରି କଷ୍ଟ ଆଉ ଯିଏ ସୂତ୍ର ପାଇଛି ସେ ବିଜୟର ବାନା ଉଡ଼ାଇଛି। ତେବେ ବାପାଙ୍କ ନାଁରେ ନିର୍ବାଚନୀ ନୌକା ପାରି ହେବାରେ ଦୀପାଳି କେତେ ସଫଳ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।