ବନ୍ୟପ୍ରଣୀ ଅସୁରକ୍ଷିତ । ଜଙ୍ଗଲରେ ମିଳୁନି ଜୈବିକ ପରିବେଶ ।ଜୀବଜନ୍ତୁ ନିଜକୁ ମନେ କରୁଛନ୍ତି ଅସୁରକ୍ଷିତ । ପ୍ରଭାବିତ ହେଉଛି ଆହାରବିହାର । ବାଧ୍ୟ ହୋଇ ବନ୍ୟପ୍ରଣୀ ହେଉଛନ୍ତି ସହର ମୁହାଁ । ଆଉ ପଡୁଛନ୍ତି ମୃତ୍ୟୁ ମୁଖରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ରେଞ୍ଜ ଅଧୀନ ମଞ୍ଚାବନ୍ଧା ଲେଡି ହେମିଲ୍ଟାନ ବାଗନ୍ ନିକଟରେ। ଏଠାରେ ଥିବା ଏକ ଲଟାବୁଦା ଭିତରେ ହରିଣ ଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗକୁ ଖବର ଦେଇଥିଲେ ଲୋକମାନେ। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଲଟାବୁଦା ଭିତରୁ କୌଶଳ ସହ ଉଦ୍ଧାର କରିଥିଲେ ହରିଣ । ଉଦ୍ଧାର ହରିଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ ଆହତ ହରିଣକୁ ପ୍ରାଣୀଚିକିତ୍ସକଙ୍କ ଦ୍ଵାରା ଚିକିତ୍ସିତ ହେବା ସମୟରେ ମୃତ୍ୟୁ ବରଣ କରିଥିଲା। ମାତ୍ର ବନବିଭାଗ ଏହାକୁ ଏକ ସାମାନ୍ୟ ମୃତ୍ୟୁ କହୁଥିବା ଜଣାପଡିଛି। ଅନ୍ୟପଟେ ଜଙ୍ଗଲରେ ସୁରକ୍ଷିତ ଆହାରବିହାର ନିମନ୍ତେ ବନ୍ୟପ୍ରାଣୀଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ ସରକାର ଏବଂ ବିଭାଗ ବିଫଳ କାହିଁକି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଥିବା ବେଳେ କେବେ ସୁରକ୍ଷିତ ହେବ ବନ୍ୟପ୍ରାଣୀ ବୋଲି ଆଲୋଚନା ହେଉଛି।