ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଶେଷରେ ନୈତିକତା ଆଧାର ଦର୍ଶାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ରମେଶ ଜାରକି ହୋଲି। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟରେ ବିରୋଧୀ କଂଗ୍ରେସ ସମେତ ଅନେକ ସାମାଜିକ କର୍ମୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, “ମୋ ବିରୁଦ୍ଧରେ ଅଭିଯୋଗ ଆସିଥିବା ସତ ନୁହେଁ।ଏହ ଷଡ଼ଯନ୍ତ୍ର। ଏକ ସ୍ପଷ୍ଟ ତଦନ୍ତର ଆବଶ୍ୟକ ରହିଛି। ମୁଁ ନିର୍ଦ୍ଦୋଷ ବୋଲି ଆଗାମୀ ଦିନରେ ପ୍ରମାଣିତ ହେବି। ଏହା ମୋର ଆତ୍ମବିଶ୍ୱାସ। ମୁଁ ନୈତିକତା କାରଣରୁ ଇସ୍ତଫା ଦେଉଛି ଏବଂ ମୁଁ ଏହାକୁ ଗ୍ରହଣ କରିବାକୁ ଅନୁରୋଧ କରୁଛି।” ୟେଦ୍ୟୁରପ୍ପା ସରକାରର ଅନ୍ୟତମ ମନ୍ତ୍ରୀ ଜଗଦିଶ ସେଟ୍ଟାର ପ୍ରତିକ୍ରିୟାରେ କହିଛନ୍ତି, ମନ୍ତ୍ରୀ ନିଜେ ଇସ୍ତଫା ଦେଇଛନ୍ତି। ସରକାରୀ ଚାକିରି ଦେବା ନାଁରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ରହିଛି ମନ୍ତ୍ରୀଙ୍କ ନାଁରେ। ଏକ ସେକ୍ସ ଟେପରେ ଜଳ ସମ୍ପଦ ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଶେଷରେ ନୈତିକତା ଆଧାର ଦର୍ଶାଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଧାୟକ ରମେଶ ଜାରକି ହୋଲି। ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ଆସିବା ପରେ ରାଜ୍ୟରେ ବିରୋଧୀ କଂଗ୍ରେସ ସମେତ ଅନେକ ସାମାଜିକ କର୍ମୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲେ। ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପୀଡ଼ିତାଙ୍କୁ କର୍ଣ୍ଣାଟକ ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ଚାକିରି ମିଳିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଅଭିଯୋଗ ରହିଛି। ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦା ଯୋଶୀ ମଧ୍ୟ ପ୍ରତିକ୍ରିୟାରେ କହିଥିଲେ ସତ ନଜାଣି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବୁ ନାହିଁ। ଯଦି ଏହି ଅଭିଯୋଗ ସତ ତେବେ ଏହା ଲଜ୍ଜାଜନକ। ଆମେ ନେତାମାନେ ନୌତିକ ଭାବରେ ଠିକ୍ ହେବା ଆବଶ୍ୟକ। ଏହା ହେଉଛି ବିଜେପିର ନୀତି।ମନ୍ତ୍ରୀ ରମେଶ ଜାରକିହୋଲି ଜଣେ ମହିଳାଙ୍କ ସହ କଥା ହେଉଥିବା ସାମ୍ନାକୁ ଆସିଛି। ଏକ କାନାଡ଼ା ନ୍ୟୁଜ୍ ଚ୍ୟାନେଲ୍ରେ ଜାରକୋହଲିଙ୍କର ଏକ ସିଡି କ୍ୟାସେଟ୍ ପ୍ଲେ କରାଯାଇଥିଲା। ଯେଉଁଥିରେ ଜାରକୋହଲି ଜଣେ ମହିଳାଙ୍କ ସହିତ ବୁଝାମଣା କରୁଥିବାର ଦେଖାଯାଉଛି। ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ତଦନ୍ତ ହେଲେ ସବୁ ସତ ଜଣାପଡ଼ିବ ବୋଲି ଜାରକୋହଲି କହିଛନ୍ତି। ସାମାଜିକ କର୍ମୀ ତଥା ନାଗରିକ ହକ୍କୁ ହୋରାତା କମିଟିର ସଭାପତି ଦୀନେଶ କାଲ୍ଲାହଲ୍ଲୀ ଗଣମାଧ୍ୟମରେ ଏହି ସେକ୍ସ ଟେପ୍ ଜାରି କରିଥିଲେ। ସରକାରୀ ଚାକିରି ଦେବା ବାହାନାରେ ମନ୍ତ୍ରୀ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ପରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି। ପୀଡ଼ିତାଙ୍କୁ କର୍ଣ୍ଣାଟକ ବିଦ୍ୟୁତ୍ ଟ୍ରାନସମିଶନ ନିଗମରେ ଚାକିରି ମିଳିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଅଭିଯୋଗ ରହିଛି। ଏଥିସହ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦା ଯୋଶୀ ମଧ୍ୟ ପ୍ରତିକ୍ରିୟାରେ କହିଥିଲେ ସତ ନଜାଣି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବୁ ନାହିଁ। ଯଦି ଏହି ଅଭିଯୋଗ ସତ ତେବେ ଏହା ଲଜ୍ଜାଜନକ। ଆମେ ନେତାମାନେ ନୌତିକ ଭାବରେ ଠିକ୍ ହେବା ଆବଶ୍ୟକ। ଏହା ହେଉଛି ବିଜେପିର ନୀତି।