ବାଲେଶ୍ୱର ; ୮ବର୍ଷର ବ୍ରିଜ କାମ । ୩କୋଟି ୮୦ ଲକ୍ଷର ବ୍ୟୟବରାଦ । କଚ୍ଛପ ଗତିରେ ଚାଲିଛି ବ୍ରିଜ କାର୍ଯ୍ୟ । ଖରା ଯାଇ ବର୍ଷା ଆସୁଛି । ହେଲେ କାମ ଯେଉଁଠି ଅଛି ସେଇଠିି ଆଣ୍ଠୁ ମାଡି ପଡିଛି । ବ୍ରିଜ ହେବ ପିଲା ପାଠ ପଢ଼ିବେ । ରୋଗୀ, ମେଡିକାଲକୁ ଯିବ । ଏମିତି କିଛି ଆଶା ବାନ୍ଧିଥିଲେ ଅଂଚଳବାସୀ । କାମ ଆରମ୍ଭ ହେଲା । ହେଲେ କିଏ ଜାଣିଥିଲା ଅଧାରେ ଝୁଲି ରହିବ ବିଜ୍ର । ଏଠି ଆଶା ଆଶାରେ ମରୁଛି । ଠିକାଦାର ଚମ୍ପଟ ମାରିଛି । ଆଉ ବିଭାଗୀୟ କତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ଟିକେ ନଜର ପକାନ୍ତୁ ଏ ବିକାଶର ଚିତ୍ର ଉପରେ …. ବିକାଶ ଆଣ୍ଠୁ ମାଡ଼ିବା ଚିତ୍ର ଆସିଛି ବାଲିଆପାଳ ତଳପଦଗାଁରୁ । ଠିକଦାର ଖୁମ୍ଭ କରି ଖୁଂଟ ଠିଆ କରି ଅଧାପନ୍ତରିଆ ବ୍ରିଜ କରି କେଉଁ ଆଡ଼େ ଉଭାନ ହୋଇଯାଇଛି । ବର୍ଷା କଥା ଛାଡନ୍ତୁ । ବନ୍ୟା ସମୟରେ କାଠ ପୋଲ ଧୋଇ ଯିବାରୁ ଯାତାୟତ ଠପ୍ । ଗୋଟେ କି ଦୁଇଟି ଗାଁ ନୁହେଁ ୪ଟି ଗାଁର ଲୋକେ ହଟହଟା, ହନ୍ତସନ୍ତ । ଖବର ଆଗକୁ ପଟିମରା ଠିକାଦାରର ଲୁଟପାଟ ଚିତ୍ର ଆସିବ ତା ପୂର୍ବରୁ ଶୁଣିନେବା କ’ଣ କହୁଛନ୍ତି ଅଂଚଳବାସୀ……
କାର୍ଯ୍ୟ ଗ୍ରାମ୍ୟଉ୍ନ୍ନୟନ ବିଭାଗର । କେନାଲଟି ସୁବର୍ଣ୍ଣରେଖା ନଦୀକୁ ସଂଯୋଗ କରୁଥିବା ବେଳେ ସମୁଦ୍ରର ଜୁଆର ମାଡ଼ି ଆସେ । ଲୋକମାନେ ବର୍ଷ ବର୍ଷ ଧରି ଡ଼ଙ୍ଗାରେ ଯାତାୟତ କରୁଥିବା ବେଳେ ବହୁ ଥର ବିପଦର ସମ୍ମୁଖୀନ ହୋଇଛନ୍ତି । ଧନ ଜୀବନ ବି ଯାଇଛି । ଯାହାର ଗୁରୁତ୍ୱକୁ ଲକ୍ଷ୍ୟ କରି ସରକାର କୋଟି କୋଟି ଟଙ୍କା ବୟବରାଦ କରିଥିଲୋ । କିନ୍ତୁ ଠିକାଦାର କେବଳ ଦୁଇ ପାଶ୍ୱର୍ର୍ରେ ଦୁଇଟି ପିଲର ଦେଇ ଚମ୍ପଟ ମାରିଛି । ଏ ଖବର ଏମିତି ନୁହେଁ କି ବିଭାଗୀୟ କର୍ତୃପକ୍ଷ କି ସ୍ଥାନୀୟ ରାଜନେତାଙ୍କୁ ଏ କଥା ଅଗୋଚର । ସବୁ ଜାଣି ଶୁଣି ଚୁପ୍ ମାରି ବସିଛନ୍ତି । ଏଠି ଠିକାଦାର- ବିଭଗୀୟ କର୍ତୃପକ୍ଷଙ୍କ ମଧ୍ୟରେ ହାତଗୁଞ୍ଜା ସଲାସୁତରାରେ କାମ ଝୁଲି ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ସରକାରଙ୍କ ଆହ୍ନାନ ନଦୀ ସଂଯୋଗୀକରଣ ହେବ । କାଠ ପୋଲରେ ବିଜୁ ସେତୁ ଠିଆ ହେବ । ଜୀବନ ଯାତ୍ରା ଆହୁରି ସରଳୀକୃତ ହେବ । ମାତ୍ର ସରକାରଙ୍କ ଅଭିଯାନ ଠିକଠାକେ ଚାଲୁଥିବା ବେଳେ କିଛି ଅସାଧୁ ଅଫିସର ଓ ପଟିମରା ଠିକାଦାରଙ୍କ ଯୋଗୁ ବାଟବଣା ହେଉଛି ସରକାରଙ୍କ ଅଭିଯାନ । ରାଜ୍ୟରେ ଗାଁକୁ ସହରାଭିମୁଖି କରିବାକୁ ଚାଲିଛି ଯୋଜନା । ହେଲେ କିଛି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତାହା ଚାପି ହୋଇଯାଉଛି । ଆଉ ହଇରାଣ ହେଉଛନ୍ତି ସାଧାରଣ ଜନତା । ତେବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏ ପୋଲ କାମକୁ ଯଥା ଶୀଘ୍ର ଶେଷ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ନହେଲେ ଆଗାମୀ ଦିରେ ଭୋଟ ବର୍ଜନ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଶୁଣୁଛନ୍ତି ତାଳପଦା ଗାଁ ଲୋକଙ୍କ ଦୁଃଖ ।
ବାଲେଶ୍ୱରରୁ ଭରତ କୁମାର ଦାସଙ୍କ ରିପୋର୍ଟ ଏନଏନଏସ ଓଡିଆ ।