ଭଞ୍ଜନଗର ,(ଏନଏନଏସ ଓଡ଼ିଆ/ ୦୧.୦୪): ଆଜିବି ସମାଜରେ ମଧ୍ୟବିତ୍ତ ଶ୍ରେଣୀର ପରିବାରରେ ଯଦି କିଛି ଦୁଃଖର ଛାୟା ଖେଳି ଆସେ ବା ଯଦି କାହାର ସ୍ବାସ୍ଥ୍ୟ ଖରାପ ହୁଏ । ତେବେ ସେମାନେ ପ୍ରଥମେ ସଞ୍ଚିତ କରିଥିବା ନିଜର ଧନସମ୍ପତ୍ତି ଚିକିତ୍ସାରେ ଖର୍ଚ୍ଚ କରିବା ପରେ ସରକାରୀ ସହାୟତା କୁ ଅପେକ୍ଷା କରିଥାନ୍ତି । କିନ୍ତୁ ସରକାରୀ ସହାୟତା କହିଲେ ସମୁଦ୍ରରୁ ଶଙ୍ଖେ ପାଣି ସଦୃଶ୍ୟ ହୋଇଥାଏ। ତେଣୁ ଚିକିତ୍ସା ପାଇଁ ପରିବାର ଲୋକେ ଅନ୍ୟର ସହାୟତା ପାଇଁ ନିବେଦନ କରିଥାଆନ୍ତି।
ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବେଣୀପଲ୍ଲୀ ଗ୍ରାମର ରବି ନାରାୟଣଙ୍କ ପରିବାରରେ। ରବି ନାରାୟଣଙ୍କ ପରିବାର କହିଲେ ସ୍ତ୍ରୀ ସମେତ ଗୋଟିଏ ଝିଅ ଓ ଗୋଟିଏ ପୁଅ। ଝିଅ ଅନ୍ୟତ୍ର ରହି ପାଠ ପଢ଼ୁ ଥିବା ବେଳେ ଏକମାତ୍ର ପୁଅ କିରଣ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ କ୍ଷେତ୍ରୀୟବରପୁର ର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ନାମ ଲେଖାଇ ଥିଲେ। କିନ୍ତୁ ବିଧିର ବିଧାନ ଏଠି କିଛି ଅଲଗା ଥିଲା।ରବିଙ୍କ ପୁଅ କିରଣ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷ ନାମ ଲେଖାଇ ଥିବା ବେଳେ ପାଠ ପଢିବାର ଇଛାଶକ୍ତି ଥାଇ ମଧ୍ୟ କିରଣ ପାଠ ପଢି ପାରିନଥିଲେ। ଯୁକ୍ତ ଦୁଇରେ କିଛି ଦିନ ଅଧ୍ୟୟନ କଲା ପରେ ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। କିରଣଙ୍କ ବାପା ପୁଅର ଚିକିତ୍ସା ନିମନ୍ତେ ପ୍ରଥମେ ବ୍ରହ୍ମପୁର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସମୟରେ ଜାଣିବାକୁ ପାଇଥିଲେ ଯେ ପୁଅର ପେଟରେ ଏକ ଟ୍ୟୁମର ବଢ଼ିଚାଲିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଉନ୍ନତ ମାନର ଚିକିତ୍ସା ପାଇଁ ପୁଅ କିରଣର ଭୁବନେଶ୍ୱର ଏମ୍ସ ଚିକିତ୍ସାଳୟରେ ଟ୍ୟୁମର ଅପରେସନ କରାଇଥିଲେ।
କିନ୍ତୁ ଏଠି ଦଇବ ଦାଊ ସାଧିଲା ଭଳି ଅପରେସନ ସମୟରେ ଜାଣିବାକୁ ପାଇଥିଲେ ତାହା କ୍ୟାନ୍ସର ଆଡ଼କୁ ଗତି କରୁଛି।ସେ ଗରୀବ ଶ୍ରେଣୀର ହୋଇଥିବାରୁ ଅସ୍ତ୍ର ପ୍ରଚାର କରିବା ନିମନ୍ତେ ସଞ୍ଚିତ ରଖିଥିବା ଧନ ସହିତ ପାଖ ପଡ଼ୋଶୀଙ୍କ ଠୁ ଧାର କରଜ କରି କଷ୍ଟେମଷ୍ଟେ ଚିକିତ୍ସା କରାଇଥିଲେ।କିନ୍ତୁ ଚିକିତ୍ସା ବିଳମ୍ବ ହେବା ଯୋଗୁଁ ଟ୍ୟୁମର ବଢୁଥିବା ଜାଗାରେ ତାହା କ୍ୟାନସର ଆଡ଼କୁ ଗତି କରୁଥିବାରୁ ଡାକ୍ଟର କହିଥିଲେ। ସତେ ଯେପରି ବୋଝ ଉପରେ ଲଳିତା ବିଡା ସଦୃଶ୍ ଦେଖିବାକୁ ମିଳିଛି ରବିନାରାୟଣଙ୍କ ପରିବାରରେ। ଡ଼ାକ୍ତରଙ୍କ କହିବା ଅନୁଯାୟୀ ହେଉଥିବା କ୍ୟାନସର ରୋଗର ଉପଚାର ପାଇଁ ଏକ ପ୍ରକାରର ଔଷଧ ର ଆବଶ୍ୟକ ରହିଛି। ଡାକ୍ତର ପରାମର୍ଶ ଦେଇଥିବା ସେହି ଔଷଧର ମୂଲ୍ୟ ହୋଉଛି ମାସକୁ ଏକ ଲକ୍ଷ୍ ଟଙ୍କା ହୋଇଥିବା ବେଳେ ସେହି ଔଷଧ ଖାଇବାକୁ ପାଇଁ ଡାକ୍ତର ଏକ ବର୍ଷ କହିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୨ ରୁ ୧୩ ଲକ୍ଷ୍ ଟଙ୍କା ହେବ। ବର୍ତ୍ତମାନ ସରକାରୀ ସହାୟତା ପାଇଁ କିରଣର ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ବା ସ୍ବେଚ୍ଛସେବୀ ଅନୁଷ୍ଠାନ ସହାୟତାର ହାତ ବଢାନ୍ତି ପୁଣି ଥରେ ରବିନାରାୟଣଙ୍କ ପୁଅ କିରଣର ମୁହଁ ରେ ହସ ଫେରି ଆସିବ ।
(ବ୍ରହ୍ମପୁର ରୁ ପ୍ରଦୀପ କୁମାର ସ୍ବାଇଁ ଙ୍କ ରିପୋର୍ଟ, ଏନ୍ ଏନ୍ ଏସ୍ ଓଡ଼ିଆ)