ଭୁବନେଶ୍ୱର,(ଏନଏନଏସ ଓଡ଼ିଆ/ ୩୧.୦୩): ବଡ଼ମ୍ବା ବନ ବିଭାଗ ହାଜତରେ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଅୟୋଗ ରିପୋର୍ଟ ତଲବ କରିଛନ୍ତି । ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅୟୋଗ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଲାପାଳ ଏବଂ ପିସିସିଏଫ୍ଙ୍କୁ ଜାତୀୟ ମାନବାଧିକାର ଅୟୋଗ ରିପୋର୍ଟ ତଲବ କରିଛନ୍ତି । ସୂଚନାଯୋଗ୍ୟ ବଡ଼ମ୍ବାର ଧନେଶ୍ବର ବେହେରାଙ୍କର ବନ ବିଭାଗ ହାଜତରେ ମୃତ୍ୟୁ ହୋଇଥିଲା। ହାତୀ ଶିକାର ମାମଲାରେ ଫେବ୍ରୁଆରୀ ୫ରେ ଗିରଫ ପରେ ତାଙ୍କର ହାଜତରେ ମୃତ୍ୟୁ ଘଟିଥିଲା।