ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ/ ୩୦.୦୩): ଆପଣ ଚାହିଁଲେ ଅନଲାଇନରେ ମାଗଣାରେ ଆଧାରର କାଗଜପତ୍ରଗୁଡ଼ିକୁ ଅପଡେଟ୍ କରିପାରିବେ । ଏଥିପାଇଁ ଆଧାର କାଡର଼୍ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଛି । ଲୋକମାନେ ‘ମାଇଁ ଆଧାର’ ପୋର୍ଟାଲରେ ଏହି ସୁବିଧା ପାଇ ପାରିବେ । ମାର୍ଚ୍ଚ ୧୫ରୁ ଜୁନ୍ ୧୪ ପର୍ଯ୍ୟନ୍ତ ତିନି ମାସ ଲାଗି ମାଗଣା କାଗଜପତ୍ର ଅପଡେଟ୍ ସୁବିଧା ମିଳିବ । କିନ୍ତୁ ଆଧାର କେନ୍ଦ୍ରରେ ଅପଡେଟ କଲେ ୫୦ ଟଙ୍କାର ଫି’ ଦେବାକୁ ପଡ଼ିବ । ଦଶ ବର୍ଷରୁ ଅଧିକ ପୁରୁଣା ଆଧାରକୁ ଅପଡେଟ କରିବା ଲାଗି ଠିକଣା ଓ ପରିଚୟ ପ୍ରମାଣପତ୍ର ଅପଲୋଡ଼ କରିବାକୁ ୟୁଆଇଡିଏଆଇ ଲୋକମାନଙ୍କୁ କହିଛି । ନିଜ ଆଧାର ନମ୍ବରକୁ ବ୍ୟବହାର କରି ମାଇଁ ଆଧାର ପୋର୍ଟାଲରେ ଲଗ୍ ଇନ୍ କରିହେବ ।