ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ/ ୩୦.୦୩): ଦେଶରେ ଏବେ ହୃଦ୍ଘାତ ଜନିତ ମୃତ୍ୟୁସଂଖ୍ୟା ଚିନ୍ତାଜନକ ପରିସ୍ଥିତିରେ ପହଂଚିଛି । କୌଣସି କାର୍ଯ୍ୟ କରୁଥିବା ସମୟରେ ଲୋକମାନେ କିପରି ହୃଦ୍ଘାତରେ ପ୍ରାଣ ହରାଉଛନ୍ତି ତା’ର ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରିବୁଲିଛି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତରେ 45 ବର୍ଷ ତଥା 45 ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ହୃଦ୍ରୋଗର ସବୁଠାରୁ ବିପଜ୍ଜନକ କାରଣ ଜାଣିବା ପାଇଁ ଆଇଆଇଟି ଏକ ଅଧ୍ୟୟନ କରିଛି । କାହିଁକି ଏତେ କମ୍ ବୟସରେ ହୃଦ୍ଘାତ ଆସୁଛି ଏବଂ ଏଥିରୁ କିପରି ରକ୍ଷା ପାଇପାରିବା ସେ ବାବଦରେ ଆଲୋଚନା କରିଛନ୍ତି ।
ଅନୁସନ୍ଧାନର ଆଧାରକୁ ବ୍ୟାଖ୍ୟା କରି ଆଇଆଇଟି ମଣ୍ଡିର ଡକ୍ଟର ରାମନା ଠାକୁର କହିଛନ୍ତି ଯେକାର୍ଡିଓଭସ୍କୁଲାର୍ ଡିଜିଜ୍ ବା ହୃଦ୍ରୋଗର ଅନେକ ବିପଜ୍ଜନକ କାରଣ ଅଛି, ଯେପରିକି ଉଚ୍ଚ ସିଷ୍ଟୋଲିକ୍ ବ୍ଲଡ ପ୍ରେସର, କମ୍ କୋଲେଷ୍ଟ୍ରଲ, ମେଦବହୁଳତା, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଖରାପ ପୁଷ୍ଟିକର ଖାଦ୍ୟ, ବୟସ, ପରିବାରର କେହି ହୃଦ୍ଘାତର ଶିକାର ହେବା, ଶାରୀରିକ ପରିଶ୍ରମ, ବ୍ୟାୟାମର ଅଭାବ, ଧୂମପାନ ଏବଂ ମଦ୍ୟପାନ ଇତ୍ୟାଦି ।