ଭଞ୍ଜନଗର : ଝିମିଟି ଖେଳରୁ ମହାଭାରତ । ସେଥିରୁ ହେଲା ଛୁରା ମାଡ଼। ତାହା ପୁଣି ସ୍କୁଲ ପରିସରରେ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରା ମାଡ଼ରେ ଆଉ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ଘଟିଛି। ଗୁରୁତର ଛାତ୍ରଜଣକ ହେଲେ ଅମିତ ନାୟକ । ଥଟ୍ଟମଜାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଛି । ଯାହାକୁ ନେଇ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ଥଟାମଜାରୁ କଥା କଟାକଟି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବଡ ବୋରସିଂ ହାଇସ୍କୁଲରେ ସକାଳୁ ଦଶମ ଶ୍ରେଣୀ କ୍ଲାସ ହେଉଥିଲା ଏହାପରେ ଶିକ୍ଷୟିତ୍ରୀଜଣକ କିଛି ସମୟ ପାଇଁ କ୍ଲାସରୁ ବାହାରକୁ ଯାଇଥିବା ବେଳେ ଅମିତ ନାୟକ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଥଟ୍ଟାମଜାରୁ କଥା କଟାକଟି ହୋଇଥିଲେ। ମାତ୍ର ଏଥିରେ ତାଙ୍କ ସାଙ୍ଗ ଉତ୍ତ୍ୟକ୍ତ ହୋଇ ଅମିତଙ୍କୁ ଛୁରା ମାଡ଼ କରିଥିଲେ। ଅନ୍ୟପଟେ ଖବର ପାଇଁ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।