ରାମ ନବମୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ, ଯାହା ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ଭଗବାନ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଏହି ପର୍ବ ଚୈତ୍ର ମାସର ନବମୀ ଦିନରେ ପଡ଼ିଥାଏ । ଏହି ପର୍ବ ବିଶେଷ ରୁପେ ଉତ୍ତର ଏବଂ ପୂର୍ବ କ୍ଷେତ୍ରରେ ଅତ୍ୟନ୍ତ ଆନନ୍ଦ ଉତ୍ସାର ସହ ପାଳନ କରାଯାଏ । ଭଗବାନ ରାମ ତ୍ରେତୟା ଯୁଗରେ ଅଯୋଧ୍ୟା ଭଳି ପବିତ୍ର ଭୂମିରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ରାମ ନବମୀର ମହତ୍ତତ୍ତ୍ୱ. . .
ଚଳିତ ବର୍ଷ ରାମ ନବମୀ ଆସନ୍ତାକାଲି ପାଳନ କରାଯିବ । ଏହି ପର୍ବ ହିନ୍ଦୁମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ କାରଣ ଏଭଳି ଶୁଭ ଅବସରରେ ଶ୍ରୀ ରାମଚନ୍ଦ୍ର ମାନବ ରୁପେ ଜନ୍ମ ଗ୍ରହଣ କରିଥିଲେ । ଅଯୋଧ୍ୟାର ରାଜା ଦଶରଥ ଏବଂ ରାଣୀ କୌଶଲ୍ୟାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ରାମଚନ୍ଦ୍ର । ଜଣେ ଆଦର୍ଶ ପୁରୁଷ , ଧାର୍ମିକ, ବାହାଦୁରୀ ଏବଂ ସାହାସ ର ପ୍ରତୀକ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର ।
କ’ଣ ରହିଛି ରାମନବମୀର କାହାଣୀ:
ହିନ୍ଦୁଶାସ୍ତ୍ର ଅନୁଯାୟୀ ରାଜା ଦଶରଥଙ୍କର ୩ଜଣ ପତ୍ନୀ ଥିଲେ । କିନ୍ତୁ ୩ଜଣ ପତ୍ନୀଙ୍କର କୌଣସି ସନ୍ତାନ ନଥିଲେ, ଏହି କାରଣରୁ ରାଜା ଦଶରଥ ଯଜ୍ଞ କରିବା ପରେ ମହର୍ଷି ବଶିଷ୍ଠଙ୍କ ଉପଦେଶ ଅନୁଯାୟୀ ସନ୍ତାନୁ ପ୍ରାପ୍ତି ପାଇଁ ଅଶ୍ୱମେଧ ଯଜ୍ଞ କରିଥିଲେ । ଯଜ୍ଞ ଶେଷ ହେବା ପରେ ୩ରାଣୀଙ୍କୁ ଏକ କ୍ଷୀର ସେବନ କରିବା ପାଇଁ ଦିଆଯାଇଥିଲା, ଯାହା ଫଳରେ ବହୁତ ଜଲଦି ରାଣୀ ୪ ପୁତ୍ରର ମାତା ହୋଇଥିଲେ । ୩ ରାଣୀଙ୍କ ମଧ୍ୟରୁ ସୁମିତ୍ରା ଶତ୍ରୁଘ୍ନ ଏବଂ ଲକ୍ଷ୍ମଣ, କୈକେୟୀ ଭରତ ଏବଂ କୌଶଲ୍ୟା ଭଗବାନ ରାମଚନ୍ଦ୍ରଙ୍କୁ ଜନ୍ମ ଦେଇଥିଲେ । ସେହିଦିନ ଠାରୁ ଚୈତ୍ର ମାସର ନବମୀ ଦିନ ବଡ ଧୂମଧାମର ସହ ରାମ ଜନ୍ମୋତ୍ସବ ପାଳନ କରାଯାଉଛି ।