ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୮.୦୩): ବଢ଼ିଲା ଇପିଏଫ ସୁଧହାର । କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଉପରେ ସୁଧ ହାର ବୃଦ୍ଧି କରିଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି । ଇପିଏଫରେ ସୁଧ ହାର ବଢିବା ପରେ ପାଖାପାଖି ୬ କୋଟି ଲୋକ ଉପକୃତ ହେବେ । ଏମାନଙ୍କ ମଧ୍ୟରୁ ୭୨.୭୩ ଲକ୍ଷ ଲୋକ ଆର୍ଥିକ ବର୍ଷ ୨୨ରେ ପେନସନଭୋଗୀ ।
ଗତକାଲିଠୁ ଇପିଏଫଓର ଦୁଇ ଦିନିଆ ବୋର୍ଡ ମିଟିଂ ବସିଥିବା ବେଳେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।
ସେହିପରି ୨୦୧୮-୧୯ରେ ୮.୬୫%, ୨୦୧୭-୧୮ରେ ୮.୫୫%, ୨୦୧୬-୧୭ରେ ୮.୬୫% ରହିଥିଲା । ସୂଚନା ଅନୁଯାୟୀ, ଇପିଏଫ ପିଏଫ୍ ଆକାଉଣ୍ଟ ହୋଲ୍ଡରଙ୍କ ଜମା ରାଶିକୁ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରେ ହେଉଥିବା ଆୟର ୧ ପ୍ରତିଶତ ଟଙ୍କା ସୁଧ ଆକାରରେ ଖାତାଧାରୀ ମାନଙ୍କୁ ମିଳିଥାଏ ।