ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୩): ଆଜି ପ୍ରତିଷ୍ଠା ହେବ ରୁକୁଣା ରଥ । ଏଥପାଇଁ ଚଳଚଞ୍ଚଳ ଭୁବନେଶ୍ୱର । ଆଜି ମଧ୍ୟରାତ୍ରିରୁ ଶ୍ରୀଲଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ହେବ । ବିଧି ଅନୁସାରେ ପ୍ରଥମେ ମରୀଚିକୁଣ୍ଡର ପ୍ରଥମ କଳସ ପାଣିରେ ରଥ ପ୍ରତିଷ୍ଠା ପର୍ବ ଆରମ୍ଭ ହେବ । ରଥ ପାଇଁ ପାଣି ଯିବା ପରେ ମରୀଚିକୁଣ୍ଡରୁ ଉଠିଥିବା ଅନ୍ୟ କଳସ ଜଳ ନିଲାମ କରାଯିବ । ଏହି ପାଣିରେ ସ୍ନାନ କଲେ ମହିଳାମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ରାତିରେ ନୀତିକାନ୍ତି ହେବାର ଥିବାରୁ ଅସ୍ଥାୟୀ ଘର ଏବଂ ଲାଇଟ୍ ବ୍ୟବସ୍ଥା କରାଯାଇଛି । ବିଧି ଅନୁସାରେ ଆଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ତିଥିରେ ରଥ ନିର୍ମାଣ ସରିବା ପରେ ପ୍ରତିଷ୍ଠା ହୋଇଥାଏ ।