ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୬.୦୩): ଭାରତ ପାଇଁ ଇତିହାସ ରଚିଛନ୍ତି ୨୨ ବର୍ଷୀୟ ନିତୁ ଘନଘାସ। ସେ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୮ କେଜି ବର୍ଗର ଲଢ଼େଇରେ ନିତୁ ମଙ୍ଗୋଲିଆର ବକ୍ସର ଲୁଟସୈଖାନଙ୍କୁ ୫-୦ରେ ପରାସ୍ତ କରି ବିଜୟ ବାନା ଉଡ଼ାଇଛନ୍ତି। ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମର ବକ୍ସିଂ ରିଗିଂରେ ନିତୁ ଲଢ଼େଇ କରୁଥିବା ବେଳେ ପୂରା ଦର୍ଶନ ତାଙ୍କ ସମର୍ଥନ କରିଥିଲେ। ସେ ମଧ୍ୟ କାହାକୁ ନିରାଶ ନକରି ତାଙ୍କ କ୍ୟାରିୟରେ ପ୍ରଥମଥର ପାଇଁ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଚାମ୍ପିୟନ ହୋଇଛନ୍ତି। ମ୍ୟାଚ୍ ଆରମ୍ଭରୁ ଦୁଇ ଫାଇଟର ଆଟାକିଂ ଖେଳ ଦେଖାଇଥିଲେ। କିନ୍ତୁ ଭାରତର ନିତୁ ସୁଯୋଗ ଦେଖି କାଉଣ୍ଟର ପଞ୍ଚ ମାରିଥିଲେ। ଫଳରେ ସେ ପ୍ରଥମ ରାଉଣ୍ଡକୁ ୫-୦ରେ କବଜା କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ମଙ୍ଗୋଲିଆ ବକ୍ସର କିନ୍ତୁ ନିତୁକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତଥାପି ନିତୁ ୩-୨ର ଆଡଭାନଟେଜ ହାସଲ କରିଥିଲେ। ନିର୍ଣ୍ଣାୟକ ରାଉଣ୍ଡରେ ନିତୁ ତାଙ୍କ ଜଲୱା ଦେଖାଇ ମ୍ୟାଚ୍ ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।