ମୟୂରଭଞ୍ଜ ,(ଏନଏନଏସ ଓଡ଼ିଆ /୨୬.୦୩): ପୂର୍ବ ଶତ୍ରୁତାକୁ ନେଇ ପୁତୁରାର ଟାଙ୍ଗିଆ ଚୋଟରେ ଚାଲିଗଲା କକାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ନେଦାଭାଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଖବରପାଇ ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚିବାରୁ ଆସାମୀ ଖସିଯିବାକୁ ଉଦ୍ୟମ କରିଥିଲା ହେଲେ ତାକୁ ଗୋଡେଇ ଗୋଡେଇ ବିଲ ଭିତରେ ଧରିବାରେ ସଫଳ ହୋଇଥିଲା ପୋଲିସ । ମୃତକଙ୍କ ନାମ ଅନିଲ ମହାନ୍ତ ବୋଲି ଜଣାପଡ଼ିଛି । ତେବେ ଏହି ଘଟଣାରେ ହତ୍ୟାକାରୀ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ପୁତୁରା ରାଜେଶ ମହାନ୍ତକୁ ଗିରଫ କରିଛି ପୋଲିସ। ଅନିଲ ଓ ରାଜେଶଙ୍କ ମଧ୍ୟରେ କକା-ପୁତୁରାର ସମ୍ପର୍କ । କୌଣସି କାରଣରୁ ରାଜେଶ ଉତକ୍ଷିପ୍ତ ହୋଇ କକା ଅନିଲଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅନିଲଙ୍କୁ ପରିବାରବର୍ଗ ପ୍ରଥମେ ଶୀର୍ଷା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ,ଅବସ୍ଥା ଗୁରୁତର ହେବାରୁ ବାରିପଦା PRM ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟ ଘଟିଥିଲା । ଅନ୍ୟପଟେ ଅଭିଯୋଗ ଆଧାରରେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।