ଯାଜପୁର,(ଏନଏନଏସ ଓଡ଼ିଆ /୨୫.୦୩): ଆଜି ସାଂସଦ ପ୍ରବାସ ଯୋଜନା ପାଇଁ ଦୁଇ ଦିନିଆ ଯାଜପୁର ଜିଲ୍ଳା ଗସ୍ତରେ ଅଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା । କେନ୍ଦ୍ରମନ୍ତ୍ରୀ ପ୍ରଥମେ ସର୍କିଟ ହାଉସରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତାମାନେ ସ୍ବାଗତ କରିଥିଲେ। ପରେ ଜିଲ୍ଳା ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ବୈଠକରେ ଯୋଗଦାନ କରିଛନ୍ତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ।