ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୩): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଶୀଘ୍ର ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନବୀନ । ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି । ୫ ବର୍ଷ ହେବ ସରିପାରୁନି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ ।