ଗଞ୍ଜାମ,(ଏନଏନଏସ ଓଡ଼ିଆ /୨୫.୦୩): ଇଣ୍ଟରଭ୍ୟୁ ବେଳେ ଚାଲିଗଲା ପ୍ରାର୍ଥୀଙ୍କ ଜୀବନ । ଓଡ଼ିଶା ପୋଲିସ କନଷ୍ଟେବଳ ପଦର ଦୌଡ଼ ସମୟରେ ହୋଇଛି ଯୁବକଙ୍କ ମୃ୍ତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ । ଗଞ୍ଜାମ ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଶ୍ୟାମସୁନ୍ଦର ଦାସ ଚାଲିଥିବା ଇଣ୍ଟରଭ୍ୟୁରେ ୧୬୦୦ ମିଟର ଦୌଡିବା ସମୟରେ ହଠାତ ତାଙ୍କର ମୃତ୍ୟୁ ହୋଇଛି । ଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।