ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକର ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ସୁବର୍ଣ୍ଣପୁର ଭିଜିଲାନ୍ସର ମିଳିତ ଚଢାଉ । ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଏକା ସାଙ୍ଗରେ ଚାଲିଛି ରେଡ । ସନ୍ତୋଷ ସାହୁ ବର୍ତ୍ତମାନ ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ୟ୍ୟରତ ଅଛନ୍ତି । ଲାତୁରପେଟରେ ୨ ବିଲ୍ଡିଙ୍ଗର ଏକ ଘର ସହ ୧୦ ଟି ଷ୍ଟଲ ରହିଥିବାବେଳେ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ପତ୍ତିର ଆକଳନ ଜାରି ରହିଛି । ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୁଲ୍ୟ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ମିଳିଛି । ସମ୍ବଲପୁର ଭିଜିଲାନ୍ସ ଏସପି ଶାରା ଶର୍ମାଙ୍କ ନିଦ୍ଦେର୍ଶରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଡିଏସପି ଏସ୍. ମିଞ୍ଜ, ଡିଏସପି ସୁଜାତା ପଣ୍ଡା, ସୁବର୍ଣ୍ଣପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର କାନ୍ତ ମହାପାତ୍ରଙ୍କୁ ନେଇ ଗଠିତ ଟିମ ଏହି ଚଢଉ ଜାରି ରଖିଛି । ଅଭିଯୁକ୍ତ ଶିକ୍ଷକଙ୍କ ପୈତୃକ ଘର କେଞ୍ଚରିଆପାଲି ସମେତ ବାଘମାରିରେ ଥିବା ଘରେ ଏକା ସାଙ୍ଗରେ ଏହି ଚଢଉ ଚାଲିଛି ।