ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୪.୦୩): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଜୁଳି ଦର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟମାକ ଆୟୋଗ OERC । ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ଓ ଆବଣ୍ଟନକାରୀ କମ୍ପାନୀ ତଥା ଉପଭୋକ୍ତାଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି oerc କର୍ତ୍ତୃପକ୍ଷ । ତେବେ ଏହାକୁ ମିଶାଇ ଲଗାତର ଦୁଇଥର oerc ଦେୟ ବୃଦ୍ଧି କରିନାହିଁ । oerc ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ୩ ଟଙ୍କା, ୫୦ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୮୦ ପଇସା, ୪୦୦ରୁ ଅଧିକ ୟୁନିଟ ପାଇଁ ୬ ଟଙ୍କା ୨୦ ପଇସା । ତେବେ ଏଥର ନୂଆ ଟାରିଫରେ କୃଷି କାର୍ଯ୍ୟ ପାଇଁ ରିହାତି ଦିଆଯାଇଛି । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ୧ଟଙ୍କା ୬୦ ପଇସା ରିହାତି ଦିଆଯାଇଛି । ଏବେ ୟୁନିଟ ପିଛା ସେମାନେ ୪ ଟଙ୍କା ଦେବେ । ଡିଜିଟାଲ ପେମେଣ୍ଟ୍ ପାଇଁ ୫ ପ୍ରତିଶତ ରିହାତି ପାଇବେ । ପୂର୍ବରୁ ସେମାନଙ୍କୁ ୪ ପ୍ରତିଶତ ରିହାତି ମିଳୁଥିଲା । ତାଛଡା ଗ୍ରାମାଞ୍ଚଳ ଉପଭୋକ୍ତା ଙ୍କ ପାଇଁ ଅତିରିକ୍ତ ୧୦ ପଇସା ବ୍ୟବସ୍ଥା ହୋଇଛି। ରେଳ ଚଳାଚଳ ପାଇଁ ୟୁନିଟ ପିଛା ୨୫ ପଇସା ଦିଆଯାଇଛି। ଡିଲେ ପେମେଂଟକୁ ଉଠାଇ ଦିଆଯାଇଛି ।