ବିଧାନସଭାରେ ବିଧାୟକ ମୋହନ ମାଝୀ ରାଜ୍ୟରେ ଥିବା ସ୍କୁଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଥିଲେ । ରାଜ୍ୟରେ କେତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ, କେତେ ସ୍ମାର୍ଟ ଶ୍ରେଣୀଗୃହ, କେତେ ବ୍ୟବହାରଯୋଗ୍ୟ ଶୌଚାଳୟ, ପାନୀୟ ଜଳ ସୁବିଧା, ବିଦ୍ୟୁତ ସଂଯୋଗ, ଖେଳ ପଡିଆ, ଛାତ୍ରଛାତ୍ରୀଙ୍କ ଅନୁପାତରେ କେତେ ଶିକ୍ଷକ ନିଯୁକ୍ତି ହୋଇଛି ସେନେଇ ଗୃହରେ ଉତ୍ତର ଜାଣିବାକୁ ଚାହିଁଥିଲେ ।ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚ ସ୍ତର ପାଇଁ ସମୁଦାୟ ୧୯୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିଭଳି ୧୧୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ୨୧୦୬୫ ସ୍କୁଲରେ ଖେଳପଡିଆ ନଥିବା ବେଳେ ୪୧୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିଭଳି ୬୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନଥିବା ବେଳେ ୬୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ସେହିଭଳି ଚଳିତ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ ହାର ପ୍ରାଥମିକ ସ୍ତରରେ ଶୂନ ଥିବା ବେଳେ ଉଚ୍ଚପ୍ରାଥିମକ ସ୍ତରରେ ୭.୩୪ ଏବଂ ମାଧ୍ୟମିକ ସ୍ତରରେ ୨୭.୨୬ ରହିଛି