ଜହ୍ନ … ..,ପିଲାଙ୍କ ଠାରୁ ବୟଷ୍କ, ସମସ୍ତଙ୍କ ମନରେ ଭରିଥାଏ ନୂତନ ଉନ୍ମାଦତା । କେବେ ପରିରାଇଜର କାହାଣୀ ହୋଇତ ଆଉ କେବେ ଶୀତଳ ଜୋଛନାର ସ୍ୱର୍ଶରେ ବାନ୍ଧି କରି ରଖିଥାଏ ସମସ୍ତଙ୍କୁ । ସେଥପାଇଁ ତ କିଏ ଜହ୍ନ ରାଇଜରେ ବୁଲିବାକୁ ସ୍ୱପ୍ନ ଦେଖେ ତକିଏ ଘ ରଟେ ତୋଲିବାର କଳ୍ପନାରେ ବୁଡ଼ିଥାଏ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଜହ୍ନ ବିନା ପୃଥିବୀରେ ବାସ କରିବା ଅସମ୍ଭବ । ଜହ୍ନର ମାଧ୍ୟକର୍ଷଣ ଶକ୍ତି ସମ୍ମୁର୍ଣ୍ଣ ଜଳ ରାଶିକୁ ପଭାବିତ କରିଥାଏ । ଯଦି କେବେ କେହି ଏହି ଶକ୍ତିକୁ ନିଜ ଅଧିନକୁ ନେଇପାରେ, ତେବେ ସେ ନିଜ ଇଛା ମୁତାବକ ଯେତବେଳେ ଚାହିଁବ ପୃଥୀବୀରେ ସୁନାମୀ ସୃଷ୍ଠି କରି ପାରିବ । ଆଉ ସେଥି ପାଇଁ ତ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଛି ରେସ୍ ଫର ମୁନ୍ । ଏଥିପାଇଁ ଦୁଇ କମ୍ୟୁନିଟି ରଷ୍ଟ୍ର ଚାଇନା ଓ ରୁଷିଆ ଏକ ଆନ୍ତର୍ଜାତିୟ ବେସ୍ ନିର୍ମାଣ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ରୋଡ଼ ମ୍ୟାପ୍ । ଏମିତିକି ୨୦୨୪ସୁଦ୍ଦା ଚନ୍ଦ୍ରରେ ମଣିଷଙ୍କ ଦୀର୍ଘଦିନ ରହଣୀ ପାଇଁ ଜୋରଦାର କରୁଛି ପ୍ରସ୍ତୁତି । ଏଥିପାଇଁ ପ୍ରସ୍ତୁ ତ ହୋଇଛି ୧୫ବର୍ଷିୟା ରୋଡ଼ମ୍ୟାପ୍ । ଏହା ଅନୁଯାଇ ଚନ୍ଦ୍ରରେ ଗବେଷଣା ପାଇଁ ସ୍ଥାପିତ କରାଯିବ ଆନ୍ତର୍ଜାତିୟ ଲୁନାର ରିସର୍ଚ୍ଚ ଷ୍ଟେଶନ । ଏହି ପ୍ରକଳ୍ପ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ଗବେଷଣାର ଚିତ୍ର ବଦଳିଯିବ । ଦୁରସଂଚାର ବ୍ୟବସ୍ଥା ଆହୁରୀ ଉନ୍ନତମାନର ହେବା ସହ ଦୂର୍ଲଭ ଖଣିଜ ପଦାର୍ଥକୁ ପୃଥିବୀକୁ ଆଣିବା ଲାଗି ଫିଟିଯିବ ବାଟ । ଏଥିଲାଗି ଚୀନର ଚ୍ଚାଙ୍ଗ ୬ ଓ ୭ ଓ ରୁଷିଆର ଲୁନା ୨୫, ୨୬ ଓ ୨୭ ମହାକାଶ ଯାନ ଚନ୍ଦ୍ରକୁ ଯିବ । ଏହାପରେ ଚନ୍ଦ୍ରରେ ବେସ୍ – ନିର୍ମାଣ ଆରମ୍ଭ ହେବ । ଅନ୍ୟପଟେ ନାସା ଏହି ଗବେଷଣା ଉପରେ ପାଦେ ଆଗେଇ ଯାଇଛି । ଆସନ୍ତା ୨୦୨୪ରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଚନ୍ଦ୍ରରେ ନେଇ ରଖିବାର ୂବ୍ୟବସ୍ଥା କରୁଛି । ତେବେ ଏହା ଯଦି ସଫଳ ହୁଏ ଜହ୍ନ ରାଇଜରେ ଘରଟେ କରିବା ଆଉ କଳ୍ପନାରେ ନରହି ବାସ୍ତବ ରୂପନେବ । ବି୍ୟୁରୋ ରିପୋର୍ଟnns odia