ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୩):ଭେଣ୍ଡି ଅଧିକାଂଶ ଲୋକଙ୍କ ପ୍ରିୟ ପରିବା। ତେବେ ଏହା କେବଳ ଏକ ସୁସ୍ବାଦୁ ପରିବା ତାହା ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ଆଣିଥାଏ। ଏହି ପରିବାରେ ଭଲ ପରିମାଣର ଭିଟାମିନ୍-ସି ଅଛି । ଯାହାକୁ ଖାଇବା ଦ୍ବାରା ଚର୍ମ ସୁସ୍ଥ ରହିଥାଏ। ଏହା ବ୍ୟତୀତ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ଫ୍ୟାଟି ଏସିଡ୍ ମିଳିଥାଏ । କୁହାଯାଏ କି ଭେଣ୍ଡି ଖାଇବା ଦ୍ବାରା ଓଜନ ହ୍ରାସ ମଧ୍ୟ ହୋଇଥାଏ। ସାଧାରଣତଃ ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ପରିବା । ତେବେ ଚାଲନ୍ତୁ ଜାଣିବା ଭେଣ୍ଡିରୁ ଆଉସବୁ କଣ ଫାଇଦା ମିଳିଥାଏ ।
ମଧୁମେହକୁ ନିୟନ୍ତ୍ରଣ କରେ- ଯେଉଁମାନଙ୍କର ରକ୍ତରେ ସୁଗାର ଲେବଲ୍ ଅଧିକ ରହିଥାଏ, ସେମାନେ ଭେଣ୍ଡି ଖାଇବା ଉଚିତ୍। ଭେଣ୍ଡିରେ ଆଣ୍ଟି-ହାଇପରଗ୍ଲାଇସେମିକ୍ ଏବଂ ଆଣ୍ଟି-ଡାଇବେଟିସ୍ ତତ୍ତ୍ବ ଥାଏ। ଯାହା ରକ୍ତରେ ଗ୍ଲୁକୋଜର ସ୍ତରକୁ ହ୍ରାସ କରିଥାଏ। ଭେଣ୍ଡିରେ ଥିବା ଫାଇବର ରକ୍ତରେ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ।
ହାର୍ଟକୁ ସୁସ୍ଥ ରଖେ- ହୃଦ୍ ରୋଗୀଙ୍କ ପାଇଁ ଭେଣ୍ଡି ମଧ୍ୟ ଅତ୍ୟନ୍ତ ଉପକାରୀ ପନିପରିବା। ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ଉପାଦାନ ଥାଏ। ଯାହା ଖରାପ କୋଲେଷ୍ଟ୍ରଲ୍କୁ ହ୍ରାସ କରେ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ଖରାପ୍ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ । ଯେଉଁ ଲୋକମାନେ ପ୍ରତିଦିନ ଭେଣ୍ଡି ଖାଉଛନ୍ତି ସେମାନଙ୍କ ପାଖରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ।
ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ- ଯେଉଁମାନେ ଭେଣ୍ଡି ଖାଆନ୍ତି, ସେମାନଙ୍କର ପ୍ରତିରୋଧକ ଶକ୍ତି ବଢିଥାଏ । ଭେଣ୍ଡିରେ ଭିଟାମିନ୍-ସି ମିଳିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।
ଓଜନ ହ୍ରାସ- ଭେଣ୍ଡି ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଭେଣ୍ଡିରେ ଫାଇବରରେ ଭରପୂର ମାତ୍ରାରେ ରହିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ପତଳା ହେବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଭେଣ୍ଡିକୁ ଡାଏଟରେ ସାମିଲ୍ କରନ୍ତୁ ।
ହଜମକ୍ରିୟା ମଜବୁତ୍ ରଖେ- ଯେଉଁମାନଙ୍କର ହଜମକ୍ରିୟା ସହ ଜଡିତ ସମସ୍ୟା ଅଛି ସେମାନେ ଭେଣ୍ଡି ଖାଇବା ନିହାତି ଜରୁରୀ । ଭେଣ୍ଡିରେ ଅନେକ ଔଷଧିୟ ଗୁଣ ରହିଛି । ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଗ୍ରୀଷ୍ମ ଋତୁରେ ପେଟ ଜନିତ ସମସ୍ୟା ଏବଂ ପୀଡିତ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଭେଣ୍ଡି ଖାଇବା ଉଚିତ୍ ।