ପୁରୀ,(ଏନଏନଏସ ଓଡ଼ିଆ /୨୧.୦୩): ଆଜି ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ସେ ଭୁବନେଶ୍ୱରରେ ପହଞ୍ଚି ଶ୍ରୀକ୍ଷେତ୍ର ଯିବେ ବୋଲି ସୂଚନା ରହିଛି । ଏହାପରେ ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ୨୩ରେ ମମତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିଲାଗି ପୁରୀ ପ୍ରଶାସନକୁ ଦିଆଯାଇଛି ମମତାଙ୍କ ଗସ୍ତ ସୂଚୀର ଚୂଡାନ୍ତ ରିପୋର୍ଟ । ମମତା ୨୧ ତାରିଖରେ ପୁରୀରେ ପହଞ୍ଚି ୨୨ ତାରିଖ ଅପରାହ୍ନ ୪ଟାରେ କରିବେ ମହାପ୍ରଭୁଙ୍କର ଦର୍ଶନ। ପୁଣି ପଶ୍ଚିମବଙ୍ଗ ଗେଷ୍ଟ ହାଉସ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଜମିକୁ ନେଇ ଆଲୋଚନା ସହ ଶୁଭ ଦିଆଯିବା ଉପରେ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି । ତେବେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ପୂଜା ଦେବା ପାଇଁ ମମତାଙ୍କ କୌଳିକ ଗୁରୁ ତଥା ଜଗନ୍ନାଥଙ୍କ ମୁଖ୍ଯ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସମସ୍ତ ବ୍ଯବସ୍ଥା କରିଥିବା କହିଛନ୍ତି । ଶ୍ରୀମନ୍ଦିରରେ ଏକ ଘଣ୍ଟା ଭିତରେ ଜଗନ୍ନାଥଙ୍କୁ ପୁଜା ଦେବା ସହ ବେଢା ପରିକ୍ରମା ଓ ବାନା ପରିବର୍ତ୍ତନ ଦେଖିବାର କାର୍ଯ୍ଯକ୍ରମ ରହିଥିବା କହିଛନ୍ତି ।