ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିହାତି ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ।ଖରାଦିନରେ ବିଶେଷ କରି ଦହି ଲସି ଓ ସରବତ ପିଇବା ଖୁବ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଏହାର ଉପକାରୀ ଗୁଣ ବିଷୟରେ…
୧- ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୨- ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇବା ଖୁବ ହିତକାରକ।
୩- ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଖାଦ୍ୟ ହଜମ କରିବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
୪-ଏଥିସହ ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ।
୫- ପେଟ ସଫା ରଖିବା ପାଇଁ ଦହି ସରବତରେ ପୁଦିନାପତ୍ର ମିଶାଇ ପିଅନ୍ତୁ।
୬- ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଜିରାଗୁଣ୍ଡକୁ ଦହିରେ ମିଶାଇ ପିଅନ୍ତୁ।
୭- ନିୟମିତ ଖରାଦିନରେ ଗୋଟେ ଗ୍ଲାସ ଦହି ସରବତ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ଦୁର୍ବଳ ଅନୁଭବ ହୋଇନଥାଏ।
୮- ଦହି ସରବତରେ ଭିଟାମିନ ସି, ଏ, ଇ ଓ ବି ରହିଛି, ଯାହା ଶାରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ।
ନିୟମିତ ଦହିରେ ଅଳ୍ପ ପାଣି ଏବଂ ଚିନି ମିଶାଇ ଗ୍ରାଇଣ୍ଡିଙ୍ଗ କରି ନିୟମିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିସହ ଶରୀରକୁ ପର୍ୟ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ।