ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୩): ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ(Bank Crisis) ଯୋଗୁଁ ସାରା ବିଶ୍ବ ଅର୍ଥନୀତି ପ୍ରଭାବିତ ହୋଇଛି । ବିଶ୍ବ ବଜାରରେ ସୁନା ଦର ବଢି ଚାଲିଛି। ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ବର୍ଦ୍ଧିତ ସୁନା ଦର(Gold Price) ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି।
ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ ସୁନା କିଣିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡୁଛି। ଏହାର କାରଣ ଗତ ଏକ ସପ୍ତାହ ହେଲା ବିନା ବ୍ରେକ୍ରେ ସୁନା ଦର ବଢି ଚାଲିଛି। ୨୨ କ୍ୟାରେଟ ସୁନା ଦର ବଢି ବଢି ୭୦ ହଜାର ଟଙ୍କାରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସୁନା ବ୍ୟବସାୟୀ ଓ ଗ୍ରାହକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।