କଟକ ,(ଏନଏନଏସ ଓଡ଼ିଆ /୧୮.୦୩): ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଆଟାଚ କରିଛି। ବର୍ତ୍ତମାନ ମାମଲା କୋର୍ଟ ଥିବାବେଳେ ଅର୍ଚ୍ଚନା ଏହି ସମ୍ପତ୍ତି କେଉଁ ଉତ୍ସରୁ ଆଣିଲା ସେ ନେଇ ତଦନ୍ତ ଚାଲିଛି ବୋଲି କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସ୍ଆଇଟିର ନବମ ବୈଠକ ପରେ ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଏହି ସୂଚନା ଦେଇଛନ୍ତି।