ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୮.୦୩): ଏଣିକି ଯେଉଁମାନେ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଖୁସି ଖବର । ଏଥିପାଇଁ ସରକାର ସେମାନଙ୍କୁ ବିନା ସୁଧରେ ଲୋନ ଦେବେ। ବିନା ସୁଧରେ ଅଗ୍ରୀମ ରାଶି ଦେବାକୁ ଘୋଷଣା କରିଛନ୍ତି ସରକାର । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।
ସବଠୁ ବଡ଼ କଥା ହେଲା ଯଦି ଆପଣ ଜଣେ ସରକାରୀ କର୍ମଚାରୀ ହୋଇଥିବେ ତେବେ ଆପଣଙ୍କୁ ଏହି ସୁବିଧା ମିଳିପାରିବ । ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ସରକାର କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବେ । ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଏନେଇ ସରକାର କର୍ମଚାରୀ ଆବେଦନ କରିପାରିବେ ।
ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମଧ୍ୟରୁ ଗୋଟିଏ ପାଇଁ ଆଡଭାନ୍ସ ନେଇପାରିବେ କର୍ମଚାରୀ। ଗ୍ରୁପ ‘ଏ’ ଓ ଗ୍ରୁପ୍ ‘ବି’ କର୍ମଚାରୀ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଗାଡ଼ି ଦାମ୍ ୭୫ ପ୍ରତିଶତ ଆଡଭାନ୍ସ ନେଇପାରିବେ । ଯେପରି ଏହା ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ । ସେହିପରି ଗ୍ରୁପ ‘ସି’ ଓ ଗ୍ରୁପ୍ ‘ଡି’ କର୍ମଚାରୀ, ଦୁଇଚକିଆ ଗାଡ଼ି କିଣିବାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ତେବେ ଆଗ୍ରୀମ ଆକାରରେ ନେଇଥିବା ରାଶିକୁ ୧୦୦ କିସ୍ତିରେ ପରିଶୋଧ କରିବାକୁ ହେବ ।