ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୩): ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱରରେ ତେଲ ସ୍ୱାଭାବିକ ହେବ । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠଙ୍କ ସୂଚନା । ଜଟଣୀ, ପାରାଦୀପ, ବାଲେଶ୍ୱର ଡିପୋରୁ ତେଲ ଯୋଗାଣ ହୋଇଛି । ତେବେ ଦୈନିକ ୫୦୦ ଗାଡି ତେଲ ଦରକାର କିନ୍ତୁ ୧୫୦ ଗାଡି ଆସୁଛି । ଭୁବନେଶ୍ୱରକୁ ଅଧିକ ତେଲ ପଠାଯାଇଛି ଏବଂ ଏହା ସଂଧ୍ୟା ସୁଦ୍ଧା ସ୍ୱାଭାବିକ ହେବାର ସୂଚନା । ସାରା ରାଜ୍ୟରେ ସ୍ୱାଭାବିକ ହେବାକୁ ୨ ରୁ ୩ ଦିନ ଲାଗିବ । ଭୟଭୀତ ହୋଇ ଅଧିକ ତେଲ ନକିଣିବାକୁ ନିବେଦନ କଲେ ସଂଜୟ ଲାଠ।