ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୬.୦୩): ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନ ଖାନ୍ଙ୍କୁ ଆଜି ଧମକ ଦେଇଛି । ବିଷ୍ଣୋଇ କହିଛି ୧୯୯୮ କୃଷ୍ଣସାର ମୃଗ ଶିକାର ପାଇଁ ସଲମାନ କ୍ଷମା ମାଗିବା ଉଚିତ । ନଚେତ ସେ ପରିଣାମ ଭୋଗିବାପାଇଁ ପ୍ରସ୍ତୁତ ରୁହନ୍ତୁ । ବିଷ୍ଣୋଇ ଆଜି ଜେଲରୁ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ଏହି ଧମକ ଦେଇଛି । ତେବେ ଜେଲରେ ବିଷ୍ଣୋଇର ସାକ୍ଷାତକାରକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି । ପୂର୍ବତନ ବିଜେପି ବିଧାୟକ ମଜିନ୍ଦର ସିଂହ ସିର୍ସା କହିଛନ୍ତି, ଲରେନ୍ସ ବିଷ୍ଣୋଇର ସାକ୍ଷାତକାର ପଂଜାବରେ ପୁଲିସ ପ୍ରଶାସନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଜେଲରୁ ଲରେନ୍ସ ବିଷ୍ଣୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିବା ଖବରକୁ ପଂଜାବ ସରକାର ଖଣ୍ଡନ କରିଛନ୍ତି ।